ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ରିପୋର୍ଟ ଆସିଛି

Published By : Prameya-News7 Bureau | May 16, 2025 IST

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ହିଁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି ।କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ ବୋଲି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।  

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜିରୋ କାଜୁଆଲିଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଗ୍ରୀଷ୍ମ ପ୍ରବାହରେ ବିଗତ  ବର୍ଷ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । ଗ୍ରୀଷ୍ମ ପ୍ରବାହ କାରଣରୁ ବିଗତ ସରକାରରେ ଝାରସୁଗୁଡ଼ା ଜିଲ୍ଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା

ଜିଲ୍ଲାରୁ ମୃତ୍ୟୁ ଖବର ଆସିନାହିଁ । ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରୁ ବଲାଙ୍ଗୀର ଜିଲ୍ଲାରୁ ହିଁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ । ଏସ୍‌ଓପିକୁ ସଠିକ୍ ଭାବେ ପାଳନ ଓ ସଚେତନ କାରଣରୁ ଏପର୍ଯ୍ୟନ୍ତ କୌଣସି ଅଘଟଣ ହୋଇନାହିଁ । ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି ।



You Can Read:

ସରକାରଙ୍କ OBC ସଂରକ୍ଷଣକୁ ନେଇ ଅରୁଣ ସାହୁଙ୍କ କଟାକ୍ଷ, କହିଲେ ଏହା ଏକ ଧୋକା ଓ ପ୍ରବଞ୍ଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.