ଅଫିସ୍ ଭିତରେ ପସିଲେ, RIଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ସହ ଟଙ୍କା ଲୁଟିଲେ

Published By : Prameya-News7 Bureau | January 30, 2025 IST

କରଞ୍ଜିଆ ୩୦୧: ଦିନ ଦ୍ଵିପ୍ରହରରେ ଲୁଟ୍ । ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ସୁନା ଚେନ୍ ସହ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ପାଟବିଲ ରାଜସ୍ବ ନୀରିକ୍ଷକଙ୍କ ଅଫିସରେ ପଶି ରାଜସ୍ବ ନିରୀକ୍ଷକ ନିରୂପମା ନାଏକଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ସୁନା ଚେନ୍, ପିନ୍ଧିଥିବା କାନଫୁଲ ଓ ଟଙ୍କା ଲୁଟିନେଲେ ଅଜଣା ଦୁର୍ବୃତ୍ତ । ଗୁରୁବାର ଦିନ ୨ଟାରେ ପାଖାପାଖି ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ ଯୋଗେ ଅଫିସ୍ ଆସି ଜାଗା ବିଷୟରେ ବିଭିନ୍ନ କଥା ହେବା ପରେ ହଠାତ୍ ବନ୍ଧୁକ ବାହାର କରି RIଙ୍କୁ ଡରାଇ ତାଙ୍କ ଠାରୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ । ଖବର ପାଇ କରଞ୍ଜିଆ ପୋଲିସ ପହଞ୍ଚି ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛନ୍ତି ।

You Can Read:

ହାଇଓ୍ବା ସହ ବାଇକ୍ ଧକ୍କା : ଦୁଇ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.