କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ପାଇଁ ଶାସକ ଦଳ ଦାୟୀ : ଦେବାଶିଷ ସାମନ୍ତରାୟ

Published By : Prameya-News7 Bureau | March 28, 2025 IST

କଟକ : ଆନ୍ଦୋଳନ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଙ୍ଗ । କିନ୍ତୁ ଗୁରୁବାର କଂଗ୍ରେସ ପକ୍ଷରୁ ହୋଇଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମ ପାଇଁ ଶାସକ ଦଳ ଦାୟୀ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । 

ଦେବାଶିଷଙ୍କ ମତରେ, ବାଚସ୍ପତି ଯଦି ସଠିକ୍ ଭାବେ ଗୃହ ପରିଚାଳନା କରିଥାନ୍ତେ, ତେବେ ହୁଏତ ଏଭଳି ଅବସ୍ଥା ହୋଇନଥାନ୍ତା । ବିନା ବିରୋଧୀ ଦଳରେ କେବେ ବି ଗଣତନ୍ତ୍ର ସୁରକ୍ଷିତ ନୁହେଁ । କିନ୍ତୁ ଶାସକ ଦଳ ବିଧାନସଭାକୁ ବିରୋଧୀମୁକ୍ତ କରିବାକୁ ଚାହାନ୍ତି, ଯାହା ତାଙ୍କ ଅସହିଷ୍ଣୁତାର ଏକ ପ୍ରମାଣ ବୋଲି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ କହିଛନ୍ତି ।


You Can Read:

ବିଜାପୁରରେ ଲ୍ୟାଣ୍ଡମାଇନ ଠାବ, ନିଷ୍କ୍ରିୟ କଲେ ସୁରକ୍ଷା ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.