ବିଜେଡିରେ ହଲ୍‌ଚଲ୍, ସଂଖ୍ୟାଲଘୁ ସେଲ୍‌ରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା

Published By : Prameya-News7 Bureau | May 15, 2025 IST

ଭୁବନେଶ୍ୱର ୧୫/୦୫: ସଂଖ୍ୟାଲଘୁ ସେଲ୍‌ରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା । ଯାହାକୁ ନେଇ ବିରୋଧୀ ବିଜୁ ଜନତା ଦଳ(ବିଜେଡି)ରେ ହଲ୍‌ଚଲ୍ ଦେଖା ଦେଇଛି। ଯଦିଓ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନି, ତଥାପି ପ୍ରବଳ ଚର୍ଚ୍ଚା ହେଉଛି । ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ  ସେଲ୍ ଗଠନ କରିଥିଲା । ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । 

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । ଏବେ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ନବୀନ ନିବାସରେ ପହଞ୍ଚି ମୁନ୍ନା ଖାଁ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । 

ଗତ ୫ ତାରିଖରେ ବିଜେଡି ନିଜର ସଂଖ୍ୟାଲଘୁ ସେଲ୍ ଗଠନ କରିଥିଲା । ଏହି କମିଟିରେ ଦିଲ୍ଲୀପ ତିର୍କୀଙ୍କୁ କନଭେନର୍ ଭାବେ ଦାୟିତ୍ୱ ଦିଆଯାଇଥିଲା, ଆଉ ସାଉଥ୍ ଜୋନ୍ କୋ-ଅର୍ଡିନେଟର୍ ଭାବେ ରହିଥିଲେ ସାଂସଦ ମୁନ୍ନା ଖାଁ । ହେଲେ ଏହି ଦାୟିତ୍ୱକୁ ନେଇ ସେ ଖୁସି ନଥିବା ଜଣାପଡିଛି । ଯେଉଁ କାରଣରୁ ସିଧା ନବୀନ ନିବାସ ଆସି, ସେ ନିଜର ଅସନ୍ତୋଷ ଜାହିର କରିବା ସହିତ ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.