ନୀଳଗିରି ୨୯।୧୦: ମଙ୍ଗଳବାର ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବାଲେଶ୍ଵର ନୀଳଗିରିରେ ବିଧାୟକ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଗଣଦୌଡ଼ ଅନୁଷ୍ଠିତ ହୋଇଛି । ବିଜେପି କାର୍ଯ୍ୟାଳୟରେ ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍ମୃତିଚାରଣ କରାଯାଇଥିଲା । ପରେ ବିଜେପି କର୍ମୀମାନଙ୍କୁ ନେଇ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ବିଜେପି ଉପସଭାପତି କରୁଣାକର ପଣ୍ଡା, ଏନଏସି ଉପାଧକ୍ଷ ମହେନ୍ଦ୍ରନାଥ ବେହେରା, ନଗରମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ, ଶିଶିର ରାଉତ, ରବୀନ୍ଦ୍ର ନାୟକଙ୍କ ସମେତ ବହୁ ବିଜେପି କାଉନସିଲର, କର୍ମୀମାନେ ଉପସ୍ଥିତ ଥିଲେ ।
You Can Read:
ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ