ମା’ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ : ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଗଲା

Published By : Prameya-News7 Bureau | August 27, 2025 IST

ସମ୍ବଲପୁର ୨୭।୮: ମା’ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ ।  ରାତି ପାହିଲେ ପଶ୍ଚିମ ଓଡ଼ିଶାବାସୀ ନୂଆଁଖାଇ ପାଳିବାକୁ ଥିବାବେଳେ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ଦିନ ୧୦ଟା ୩୩ମିନିଟ୍‌ରୁ ୧୦ଟା ୫୫ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ । ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନ ବେଶୀ ଆବଶ୍ୟକ ହୋଇଥାଏ । ଏହି ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ବିଧି ରହିଛି । ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ନୂଆଁଖାଇ ପାଇଁ ପୂର୍ବରୁ ଧାନ ଆସିଥିବା ବେଳେ ମୁଖ୍ୟ ପୂଜକଙ୍କୁ ପ୍ରଦାନ କରାଯାଇଥିଲା । ସେପଟେ ଆ.କଟାପାଲିର ଭୋଇ ପରିବାର ଆସି ନୂଆ ଧାନ ଅନ୍ୟ ସମସ୍ତ ପୂଜକଙ୍କୁ ପ୍ରଦାନ କରିଛନ୍ତି ।

ଗତ ୨୪ ତାରିଖରେ ନୂଆଁଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରକୁ ଆସିଥିଲା ନୂଆ ଧାନ । ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନ ବେଶୀ ଆବଶ୍ୟକ ହୋଇଥାଏ । ଏହି ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିବାର ବିଧି ରହିଛି । ଇଷ୍ଟ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ନୂଆଁଖାଇ ପାଇଁ ରବିବାର ଆସିଥିଲା ନୂଆ ଧାନ । ୬୦ ଦିନରେ ଅମଳ ହେଉଥିବା ଏହି ଧାନକୁ କ୍ଷତରେ ପୂଜାର୍ଚ୍ଚନା କରି କାଟିବା ପରେ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ଆସି ମୁଖ୍ୟ ପୂଜକଙ୍କୁ ଅର୍ପଣ କରିଥିଲେ ବଲବସପୁରର ଚାଷୀ ସୁବାସ ବେହେରା । ଚାଷୀ ସୁବାସ ବେହେରା କହିଥିଲେ, ‘ମା’ ସମଲେଶ୍ବରୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି । ସେଥିପାଇଁ ବହୁତ ବର୍ଷ ହେବ ମା’ ସମଲେଶ୍ବରୀଙ୍କ ପାଖରେ ନୂଆ ଧାନ ଦେଇ ଆସୁଛି । ପୂଜକ ଅମ୍ବିକା ରାୟଙ୍କ ଅନୁଯାୟୀ, ଗଣପର୍ବ ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନର ଆବଶ୍ୟକତା ସବୁଠୁ ଅଧିକ । ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ନୂଆଁଖାଇରେ ଇଷ୍ଟ ଦେବୀଙ୍କ ଠାରେ ଲାଗି କରାଯାଏ ।

You Can Read:

ନୂଆ ପୋଷାକ ପିନ୍ଧି ହାତରେ ଭୋଗ ଧରି ଆସିଥିଲେ ସ୍କୁଲ : ବିବାଦରୁ ହୋଇପାରିଲାନି ଗଣେଶ ପୂଜା, ଫେରିଲେ ଛାତ୍ରଛାତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.