ନୂଆଦିଲ୍ଲୀ: ସଚିନଙ୍କ ପ୍ରେମରେ ପଡି ପାକିସ୍ତାନରୁ ନେପାଳ ରାସ୍ତା ଦେଇ ଗ୍ରେଟର ନୋଏଡା ପହଞ୍ଚିଥିବା ସୀମା ହୈଦର ମାମଲାରେ ନୂଆ ଖୁଲାସା ହୋଇଛି । ସୀମାଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏବେ ତାଙ୍କୁ ଜାମିନରେ ଛଡାଯାଇଛି । ଜେଲରୁ ବାହାରିବା ପରେ ସୀମା କହିଛନ୍ତି ଯେ ସେ ହିନ୍ଦୁ ଧର୍ମ ଆପଣାଇ ସାରିଛନ୍ତି । ନେପାଳରେ ସେ ହିନ୍ଦୁ ହେଲେ । ଏହାପରେ ସଚିନଙ୍କ ସହ ହିନ୍ଦୁ ରୀତି-ନୀତି ଅନୁସାରେ ବିବାହ କଲେ । ଗଙ୍ଗା ସ୍ନାନ କରି ସେ ସନାତନ ମାନ୍ୟତାକୁ ସ୍ୱୀକାର କରିବା କଥା ସେ କହୁଛନ୍ତି । ସୀମା କହିଛନ୍ତି, ଯଦି ତାଙ୍କୁ ପାକିସ୍ତାନ ପଠାଯାଏ ତେବେ ତାଙ୍କୁ ସେଠାରେ ହତ୍ୟା କରିଦେବେ । ତାଙ୍କ ପ୍ରେମର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାମିନରେ ଜେଲରୁ ବାହାରିବା ପରେ ସୀମା ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରି ସଚିନଙ୍କ ସହ ରହିବା ପାଇଁ ଅନୁମତି ଦେବାକୁ କହିଛନ୍ତି ।
ସୀମା ହୈଦର କହିଛନ୍ତି ଯେ ସେ ହିନ୍ଦୁ ଧର୍ମ ଆପଣାଇବା ପରେ ପୂଜା-ପାଠ କରିବା ଆରମ୍ଭ କରିଛନ୍ତି । ଜାମିନରେ ମୁକୁଳିବା ପରେ ତାଙ୍କ ଖୁସି ଦେଖିବାକୁ ମିଳୁଛି । ସୀମା ଦାବି କରିଛନ୍ତି, ନେପାଳରେ ସେ ହିନ୍ଦୁ ରୀତି-ନୀତି ଅନୁସାରେ ବିବାହ କରିଥିଲେ ।
{"id":814455,"sizeSlug":"full","linkDestination":"none"}ସଚିନଙ୍କ ସହ ସୀମା ନେପାଳର ପଶୁପତି ନାଥ ମନ୍ଦିରରେ ବିବାହ କରିଥିଲେ । ସଚିନ ସୀମାଙ୍କ ସହ ତାଙ୍କ ଚାରି ପିଲାଙ୍କୁ ସ୍ୱୀକାର କରିବାକୁ ନିଷ୍ପତ୍ତି ନେଲେ । ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ଦେଲେ । ବିବାହ ପରେ ସୀମା ହୈଦର ଗ୍ରେଟର ନୋଏଡାର ରବୁପୁରା ଆସିଥିଲେ । ତେବେ ଏହି ସମୟରେ ମାମଲା ଉଜାଗର ହୋଇଥିଲା । ପରେ ପୋଲିସ ସୀମାଙ୍କୁ ଗିରଫ କରିଥିଲା । ସୀମା ପାକିସ୍ତାନୀ ଜାସୁସ ହୋଇଥିବା ପୋଲିସ ଅନୁମାନ କରୁଥିଲା । ତେବେ ତଦନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦେଶଜନକ ବସ୍ତୁ ମିଳି ନାହିଁ ।
ସୀମା ହୈଦର, ସଚିନ ମୀଣା ଏବଂ ତାଙ୍କ ବାପାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୀମା ହୈଦରଙ୍କୁ ଦେଶ ନ ଛାଡିବା ସର୍ତରେ କୋର୍ଟ ଜାମିନ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପଜବୀ ଖେଳିବା ସମୟରେ ସଚିନଙ୍କୁ ପ୍ରେମ କରିଥିଲେ ସୀମା । ଏହାପରେ ପାକିସ୍ତାନର କରାଚୀରୁ ନେପାଳ ଦେଇ ଗ୍ରେଟର ନୋଏଡା ପହଞ୍ଚିଥିଲେ ।