ଭୁବନେଶ୍ବର ୧୮।୫: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ ନୂଆ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କ ତାଲିକା ଜାରି କରିଛି ଏଆଇସିସି । କଂଗ୍ରେସର ନୂଆ କମିଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା । ସେ କହିଛନ୍ତି, ଯିଏ ସଭାପତି ହୁଏ ସେ ତାଙ୍କ ନିଜ ଟିମ୍ ତିଆରି କରନ୍ତି । ଭକ୍ତ ବାବୁ ମୋତେ ପଚାରିଥିଲେ କେମିତି ଟିମ୍ ଗଠନ କଲେ ଭଲ ହେବ । ମୁଁ କହିଥିଲି, ଗୋଟିଏ ପାରଦର୍ଶୀ ଟିମ୍ ଗଠନର ଆବଶ୍ୟକ । ଏ ପରିସ୍ଥିତିରେ ସଭାପତି ଯାହାକୁ ନେଇ କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ନେଇ ଟିମ୍ ଗଠନ କରିବେ । ଭକ୍ତ ବାବୁ ଦଳର ଇନଚାର୍ଜ ତାଙ୍କ ଟିମ୍କୁ ତିଆରି କରିଛନ୍ତି । ସେ ଟିମ୍ ତିଆରି ପୂର୍ବରୁ ସେମାନେ କେତେ ଦୂର ଚିନ୍ତା କରିଛନ୍ତି, ଏହାର ସଫଳତା ତାଉପରେ ନିର୍ଭର କରେ । ଏ ଟିମ୍ କେମିତି କାମ କରୁଛି, କାମରୁ ଆପଣ ଜାଣିବେ । ସେ କେଉଁ ଦିଗରୁ ଟିମ୍ କରିଛନ୍ତି ସେ ହିଁ କହିପାରିବେ । ମୋର ସମର୍ଥନ ସବୁବେଳେ କଂଗ୍ରେସ ସହ ଅଛି ।
ସେପଟେ କମିଟିରେ ମହମ୍ମଦ ମୋକିମ୍ କିମ୍ବା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ନଥିବା ପ୍ରସଙ୍ଗରେ ସେ କହିଛନ୍ତି, ମହମ୍ମଦ ମୁକିମଙ୍କର କଂଗ୍ରେସକୁ ସଂଗଠନ କରିବା ପାଇଁ ବହୁ ଅବଦାନ ଅଛି । ନିର୍ବାଚନ ବିପର୍ଯ୍ୟୟ ପରେ ନିଜ ଘରୁ ପଇସା ଖର୍ଚ୍ଚ କରି ଦଳକୁ ଉଠାଇଛନ୍ତି । କ’ଣ ପାଇଁ କମିଟିରେ ତାଙ୍କ ପରିବାରରୁ କେହି ନାହାନ୍ତି, ସେ କଥା ସଭାପତି କହିବେ ବୋଲି ସେ କହିଛନ୍ତି ।
You Can Read:
ଜଟଣୀ କନ୍ତିଆରେ ୧୫ଏକର ଜମି ମାଲିକାନା ମାମଲା : ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ହାଇକୋର୍ଟଙ୍କ ରାୟ