ଯାତ୍ରା ଦେଖୁଥିଲେ ଲୋକେ, ୫ ଘରେ କଳାକନା ବୁଲାଇଲେ ଚୋର ଗ୍ୟାଙ୍ଗ

Published By : Prameya-News7 Bureau | March 02, 2025 IST

ବାଙ୍କୀ ୦୨/୦୩: ଜାଗର ଯାତ୍ରାରେ ବ୍ୟସ୍ତ ଥିଲେ ଗାଁ ଲୋକ । ସୁଯୋଗ ଦେଖି କଳାକନା ବୁଲାଇଲେ ଚୋର ଗ୍ୟାଙ୍ଗ । ବାଙ୍କୀ ବୈଦେଶ୍ବର ଥାନା ଅଞ୍ଚଳରେ ମାତିଛନ୍ତି ଚୋର। ବିଳମ୍ବିତ ରାତିରେ ପୁଇଞ୍ଚା ଗାଁରୁ ହୋଇଛି ସିରିଜ ଚୋରୀ । ଗାଁରେ ଜାଗର ଯାତ୍ରା ସହ ଯୁବକମାନଙ୍କ ଦ୍ବାରା ନାଟକ ପରିବେଷଣ ହେଉଥିଲା । ଘରେ ତାଲା ପକାଇ ଗାଁ ଲୋକ ସବୁ ଯାତ୍ରା ପଡିଆରେ ଥିଲେ । ଏହାର ସୁଯୋଗ ନେଇଥିଲେ ଚୋର ଗ୍ୟାଙ୍ଗ । 

ରାତି ପ୍ରାୟ ୧୨ଟାରୁ ସାଢେ ୧୨ଟା ଭିତରେ ଚୋର ଗ୍ୟାଙ୍ଗ ଏକାଥରକେ ୫ଟି ଘରେ କଳାକନା ବୁଲାଇଛନ୍ତି । ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଘରକୁ ଆସି ଚୋରି ହୋଇଥିବା ଜାଣିବା ପରେ ପୋଲିସରେ ଖବର ଦେଇଥିଲେ ଗାଁ ଲୋକ । ଘଟଣାସ୍ଥଳରେ ବୈଦେଶ୍ବର ପୋଲିସ ଛାନ୍‌ଭିନ୍‌ ଚଳାଇଛି । ଏବେ ସୁଦ୍ଧା ଲୁଟେରାଙ୍କ କୌଣସି ପତ୍ତା ମିଳିନି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.