ମୁମ୍ଵାଇ ୨୬।୦୧; ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ। ତାଙ୍କ ବଙ୍ଗଳା ‘ମନ୍ନତ’ ମଧ୍ୟ ତାଙ୍କ ଭଳି ଖୁବ ଲୋକପ୍ରିୟ। ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସ ଶାହରୁଖଙ୍କୁ ଦେଖିବା ଲାଗି ମନ୍ନତ ବାହାରେ ଭିଡ଼ ଜମାଇଥାନ୍ତି। ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ। ନିଜ ବାଲକୋନିକୁ ଆସି ସିଗନେଚର ପୋଜରେ ଫ୍ୟାନ୍ସକୁ ଦେଖାନ୍ତି । ଏହି ଝଲକ ଦେଖି ନାଚି ଉଠନ୍ତି ପ୍ରଶଂସକ। ଏହି ବଙ୍ଗଳା ଶାହରୁଖ ଖାନଙ୍କ ପାଇଁ ବହୁତ ଭାଗ୍ୟବାନ । ସେ ଅନେକ ଥର କହିଛନ୍ତି ଯେ ଏହି ବଙ୍ଗଳା ତାଙ୍କୁ ବହୁତ କିଛି ଦେଇଛି। ଏପରି ପରିସ୍ଥିତିରେ, ଏହି ବଙ୍ଗଳା ପୁଣି ଥରେ ଶାହରୁଖ ଖାନଙ୍କୁ କୋଟି କୋଟି ଟଙ୍କା ଦେବାକୁ ଯାଉଛି। ତେବେ ଏହି ମନ୍ନତକୁ ନେଇ ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି।
ସରକାରଙ୍କ ଭୁଲ ପାଇଁ ମିଳିବ ଫାଇଦା
ଶାହରୁଖ ଖାନ ୨୦୨୯ରେ ମନ୍ନତର ମାଲିକାନା ପାଇବା ଲାଗି ୨୫ ପ୍ରତିଶତ ଫି’ ଭରିଥିଲେ। ଏହି ଆଧାରରେ ୨୭.୫ କୋଟି ଟଙ୍କା ରଖିଥିଲେ। ହେଲେ ଏହାକୁ ଜମି ଆଧରରେ ନୁହେଁ, ସଂପୂର୍ଣ୍ଣ ବଙ୍ଗଳା ଆଧାରରେ ରଖାଯାଇଥିଲା। ଏହା ତାଙ୍କର ଭୁଲ ଥିଲା। ଏହି ବିଷୟରେ ଯେବେ ପରେ ଖାନ ଫ୍ୟାମିଲିକୁ ଜଣାପଡିଲା, ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ରିଫଣ୍ଡ ପାଇଁ ଦାବି କରିଥିଲେ। ମୁମ୍ବାଇ ସରକାରଙ୍କ ଦ୍ୱାରା ଏହି ଭୁଲ ପାଇଁ ଶାହରୁଖଙ୍କୁ ତାଙ୍କ ବଙ୍ଗଳ ମନ୍ନତ ପାଇଁ ୯ କୋଟି ଟଙ୍କା ମିଳିବ।
ଶାହରୁଖଙ୍କ ବଙ୍ଗଳା ବିଷୟରେ କହିବାକୁ ଗଲେ, ଏହି ବଙ୍ଗଳା ବାନ୍ଦ୍ରା ପଶ୍ଚିମରେ ମନ୍ନତ ଅବସ୍ଥିତ। ସରକାରୀ ନୀତି ଅନୁଯାୟୀ ଶାହରୁଖ ଏହି ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ଘରର ମାଲିକାନା ପାଇବା ପାଇଁ ଏହି ପଦକ୍ଷେପ ନେଇଥିଲେ। କିନ୍ତୁ ୨୦୨୨ ମସିହାରେ, ଯେତେବେଳେ ଶାହରୁଖ ଖାନ ପରିବର୍ତ୍ତନ ଶୁଳ୍କ ଗଣନା କଲେ, ସେ ସରକାରଙ୍କ ଏହି ଭୁଲ ବିଷୟରେ ଜାଣିବାକୁ ପାଇଲେ। ଏବେ ସରକାରଙ୍କ ଏହି ଭୁଲ ପାଇଁ ଶାହରୁଖ ଖାନଙ୍କୁ ଲାଭ ମିଳିବ । ତାଙ୍କୁ ୯କୋଟି ଟଙ୍କା ଦିଆଯିବ। କାମ ବିଷୟରେ କହିବାକୁ ଗଲେ, ଶାହରୁଖ ଖାନଙ୍କ ଫିଲ୍ମଗୁଡ଼ିକ ପୁଣି ଥରେ ପୂର୍ବ ପରି ଚର୍ଚ୍ଚାରେ ରହିଛି। ୨୦୨୩ ମସିହାରେ, ତାଙ୍କର ଚଳଚ୍ଚିତ୍ର ପଠାନ, ଜୱାନ ଏବଂ ଡଙ୍କି ବହୁତ ଭଲ କଲେକ୍ସନ କରିଥିଲା।