Stree 2 Box Office : ପଠାନର ରେକର୍ଡ ଭାଙ୍ଗିଲା ସ୍ତ୍ରୀ-୨’

Published By : Prameya-News7 Bureau | September 10, 2024 IST

ମୁମ୍ଵାଇ ୧୦।୦୯: ପଠାନ୍‌’ର ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିଲା ଶ୍ରଦ୍ଧା କପୁର ଷ୍ଟାରର୍‌   ହରର୍‌ କମେଡ଼ି ‘ସ୍ତ୍ରୀ-୨’ ।  ଏହା ଜରିଆରେ ‘ସ୍ତ୍ରୀ-୨’  ଭାରତର ୨ୟ ସର୍ବାଧିକ   ବ୍ୟବସାୟ କରିଥିବା  ଫିଲ୍ମ ହୋଇଛି । ଏହା  ୨୦୧୭ରେ ମୁକ୍ତିପ୍ରାପ୍ତ  ଏସ୍‌ଏସ୍‌ ରାଜାମୌଲିଙ୍କ  ବ୍ଲକ୍‌ବଷ୍ଟର ଫିଲ୍ମ ‘ବାହୁବଲୀ  ୨: ଦ କନ୍‌କ୍ଲୁଜନ୍‌’ର ହିନ୍ଦୀ  ସଂସ୍କରଣର କଲେକ୍ସନ୍‌ ରେକର୍ଡ  ଭାଙ୍ଗିବାର ମାତ୍ର ଦିନକ ପରେ ସିଦ୍ଧାର୍ଥ  ଆନନ୍ଦଙ୍କ ସ୍ପାଇ-ଥ୍ରିଲର୍‌ ‘ପଠାନ୍‌’କୁ ମାତ୍‌ ଦେଇଛି । ଗତ  ଶନିବାର ଭାରତରେ ‘ସ୍ତ୍ରୀ-୨’ର ମୋଟ୍‌ ବକ୍ସ ଅଫିସ୍‌ କଲେକ୍ସନ୍‌  ୫୧୬.୨୫ କୋଟି ଟପିଥିଲା ।

 ଏଥିସହିତ ଏହା ‘ବାହୁବଲୀ ୨’ର ହିନ୍ଦୀ ବକ୍ସ ଅଫିସ୍‌ କଲେକ୍ସନ୍‌ର ରେକର୍ଡ ଭାଙ୍ଗି  ଭାରତର ୩ୟ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ  ପାଲଟିଥିଲା । ତା’ପରେ ରବିବାର ‘ସ୍ତ୍ରୀ-୨’ର  ବକ୍ସ ଅଫିସ୍‌ କଲେକ୍ସନ୍‌ରେ ଆଉ ୧୦ କୋଟି  ଯୋଡ଼ିହେଲା । ଏଥିସହିତ ଦେଶରେ ଫିଲ୍ମର  ମୋଟ୍‌ କଲେକ୍ସନ୍‌ ହାରାହାରି ୫୨୭ କୋଟି  ଟପିଲା । ତା’ପରେ ଏହା ଭାରତରେ ‘ପଠାନ୍‌’ର  ହିନ୍ଦୀ ସଂସ୍କରଣର କଲେକ୍ସନ୍‌ ରେକର୍ଡ  ଭାଙ୍ଗିଲା । ତେବେ ଐତିହାସିକ ପ୍ରଥମ  ସ୍ଥାନ ହାସଲ କରିବା ପାଇଁ ଫିଲ୍ମକୁ  ଆହୁରି ସମୟ ଲାଗିବ । ଏଥିପାଇଁ  ତାକୁ ‘ଯୱାନ୍‌’କୁ ହରାଇବାକୁ  ପଡ଼ିବ । ଭାରତରେ ‘ଯୱାନ୍‌’ର  ହିନ୍ଦୀ ସଂସ୍କରଣ ୫୮୨.୩୧ କୋଟି ବ୍ୟବସାୟ କରି ଅଦ୍ୟାବଧି ପ୍ରଥମ  ସ୍ଥାନରେ ରହିଛି । 

ଗତ ଦୁଇ ସପ୍ତାହ   ଧରି ‘ସ୍ତ୍ରୀ-୨’ ସହ ପ୍ରତିଯୋଗିତା  କରିବାକୁ କୌଣସି ଫିଲ୍ମ ରିଲିଜ୍‌  ହୋଇନାହିଁ । ଗତ ୬ ତାରିଖରେ  ମୁକ୍ତିଲାଭ କରିବାକୁ ଥିବା  କଙ୍ଗନାଙ୍କ ରାଜନୈତିକ ଥ୍ରିଲର୍‌  ‘ଏମର୍ଜେନ୍ସି’ ବିବାଦ ଯୋଗୁ  ବାତିଲ ହେଲା । ତେବେ ଆସନ୍ତା  ଶୁକ୍ରବାର କରୀନା କପୁରଙ୍କ  ‘ବକିଂଘମ୍‌ ମର୍ଡର୍ସ’ ମୁକ୍ତିଲାଭ   କରୁଥିବାରୁ ‘ସ୍ତ୍ରୀ-୨’ର  ବ୍ୟବସାୟ ମାନ୍ଦା ପଡ଼ିପାରେ ।  ଗତ ଅଗଷ୍ଟ ୧୪ ତାରିଖରେ  ମୁକ୍ତିପ୍ରାପ୍ତ ‘ସ୍ତ୍ରୀ-୨’ରେ  ଶ୍ରଦ୍ଧାଙ୍କ ସମେତ ରାଜକୁମାର  ରାଓ, ପଙ୍କଜ ତ୍ରିପାଠୀ,  ଅପାରଶକ୍ତି ଖୁରାନା,  ଅଭିଷେକ ବାନାର୍ଜୀ ମୁଖ୍ୟ  ଭୂମିକାରେ ଅଭିନୟ  କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.