ପ୍ରଥମ ପଞ୍ଜାବୀ ସିଙ୍ଗର ଭାବେ ଇତିହାସ ସୃଷ୍ଟି କଲା ସିଦ୍ଧୁ ମୁସେୱାଲାଙ୍କ ଏହି ଗୀତ, ଖୁବ କମ୍ ଭାରତୀୟଙ୍କୁ ମିଳିଛି ଏହି ସଫଳତା

Published By : Prameya-News7 Bureau | June 17, 2022 IST

ଚଣ୍ଡିଗଡ଼: ଗ୍ୟାଙ୍ଗଷ୍ଟରଙ୍କ ଗୁଳିରେ ପ୍ରାଣ ହରାଇଥିବା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଗୀତଙ୍କ ଗୀତ ଇତିହାସ ସୃଷ୍ଟି କରିଛି। ପ୍ରଥମ ପଞ୍ଜାବୀ ଗାୟକ ଭାବେ ମୁସେୱାଲାଙ୍କ ଗୀତ ‘୨୯୫’ ବିଲ୍‌ବୋର୍ଡ ଗ୍ଲୋବାଲ ୨୦୦ ଚାଟ୍‌ରେ ସ୍ଥାନ ପାଇଛି। ବିଲୋବୋର୍ଡ ଗ୍ଲାୋବାଲ ୨୦୦ ଚାର୍ଟରେ ୨୮୫ ଗୀତକୁ ୧୫୪ ତମ ସ୍ଥାନରେ ରଖାଯାଇଛି।

ପୂର୍ବରୁ ବହୁତ କମ୍ ଭାରତୀୟ ଗାୟକଙ୍କ ଗୀତ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ପ୍ରଥମ ପଞ୍ଜାବୀ ସିଙ୍ଗର ଭାବେ ସିଦ୍ଧୁଙ୍କୁ ଏହି ସଫଳତା ମିଳିଛି। ଏହି ତାଲିକାରେ ହ୍ୟାରୀ ଷ୍ଟାଲ୍ସ, କମିଲା ସେବେଲୋ, ଜଷ୍ଟିନ ବିବର ଏବଂ ଇଟନ ଜହନ ରହିଛନ୍ତି।

ତେବେ ସିଦ୍ଧୁଙ୍କ ଏହି ସଫଳତା ନେଇ ୱାନ ଡିଜିଟାଲ ଏଣ୍ଟରଟେନ୍‌ମେଣ୍ଟର କୋ ଫାଉଣ୍ଡର ତଥା ସିଇଓ ଗୁରପ୍ରୀତ ସିଂହ ଭାସିନ ସୂଚନା ଦେଇଛନ୍ତି। ସେ ତାଲିକାରେ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପଲ୍‌ଡ କରି ସୂଚନା ଦେଇଛନ୍ତି।

Billboard Global 200 Chart କ’ଣ ?

ବିଲବୋର୍ଡ ଗ୍ଲୋବାଲ ୨୦୦ ହେଉଛି ବିଶ୍ୱସ୍ତରରେ ଲୋକପ୍ରିୟ ହୋଇଥିବା ଗୀତମାନଙ୍କର  ଏକ ସାପ୍ତାହିକ ତାଲିକା। ଯାହାକୁ ବିଲ୍‌ବୋର୍ଡ ମାଗାଜିନ ପବ୍ଲିଶ କରିଥାଏ। ଗୀତଗୁଡ଼ିକର ଡିଜିଟାଲ୍ ବିକ୍ରି ଓ ଅନ୍‌ଲାଇନ୍‌ ଷ୍ଟ୍ରିମିଂ ଆଧାରରେ ଏହାର ମାନ ନିର୍ଦ୍ଧାରିତ କରି ତାଲିକାରେ ରାଙ୍କିଂରେ ଅନୁସାରେ ସ୍ଥାନ ଦିଆଯାଇଥାଏ। ସୂଚନା ଥାଉକି ମେ ୨୯ ତାରିଖରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗୁଣ୍ଡାମାନେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ। ମନ୍‌ସା ଜିଲ୍ଲାର ଜୱାର୍‌ଖେ ଗାଁରେ ତାଙ୍କୁ ହତ୍ୟା କରାଯାଇଥିଲା। ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିସାରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.