ମୁମ୍ଵାଇ ୨୪।୦୩; ବଲିଉଡର ସବୁଠୁ ପ୍ରତିକ୍ଷୀତ ଫିଲ୍ମ ‘ସିକନ୍ଦର’ । ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ସଲମାନଙ୍କ ଅଭିନୀତ ଫିଲ୍ମକୁ ନେଇ ଦର୍ଶକଙ୍କ ବେଶ୍ ଉତ୍ସାହିତ ଅଛନ୍ତି । ସିକନ୍ଦରର ପ୍ରଥମ ଟିଜର ରିଲିଜ ହେବାର ୨ ମାସ ପରେ ଆଉ ଏକ ଟ୍ରେଲର ରିଲିଜ କରାଯାଇଛି। ଟ୍ରେଲରଟି ବେଶ୍ ଧମାକେଦାର ହୋଇଛି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।
ଫିଲ୍ମରେ ସଲମାନଙ୍କ ବ୍ୟତୀତ ରଶ୍ମିକା ମନ୍ଦନା ମଧ୍ୟ ନଜର ଆସିଛନ୍ତି । ସିକନ୍ଦରରେ ରଶ୍ମିକା ସଲମାନଙ୍କ ସହ ରୋମାନ୍ସ ଦେଖିବାକୁ ମିଳିଛି। ଏମାନଙ୍କ ଛଡ଼ା ପ୍ରତୀକ ବବର,କାଜଲ ଅଗ୍ରୱାଲ, ଅଞ୍ଜଲି ଧୱନ ଓ କଟପ୍ପା ଚରିତ୍ରରେ ଫେମସ ହୋଇଥିବା ସତ୍ୟରାଜ ଭିଲେନ୍ ଭୂମିକାରେ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସିକନ୍ଦର ଜରିଆରେ ଶରମନ ବହୁତ ସମୟ ବ୍ୟବଧାନରେ ବଡ଼ ପରଦାରେ କମବ୍ୟାକ୍ କରିବାକୁ ଯାଉଛନ୍ତି ।
ସିକନ୍ଦରର ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବ । ସମସ୍ତ ଷ୍ଟାରକାଷ୍ଟ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଯେଉଁ ସମୟରେ ଚଳଚ୍ଚିତ୍ରଟି ରିଲିଜ ହେଉଛି ସେତେବେଳେ ଇଦ୍, ଗୁଡ଼ି ପାଡ଼ୱା ଏବଂ ଉଗାଡି ଭଳି ପର୍ବପର୍ବାଣୀ ପଡ଼ୁଛି । ଏଭଳି ସ୍ଥିତିରେ ଅଧିକାଂଶ ବିଶ୍ଳେଷକ ଏବଂ ପ୍ରଶଂସକମାନେ ଆଶା କରୁଛନ୍ତି ‘ସିକନ୍ଦର‘ ପ୍ରଥମ ଦିନରେ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର କରିବ ।