ସରିଲା ଶ୍ରବଣ ଅଗ୍ରୱାଲଙ୍କ ରିମାଣ୍ଡ, ଏସ୍‌ଡିଜେଏମ୍ କୋର୍ଟରେ ଆଜି ହାଜିରା

Published By : Prameya-News7 Bureau | June 07, 2025 IST

ଭୁବନେଶ୍ୱର ୦୭/୦୬: ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଏସ୍‌ଆଇଟି ହାତରେ ଲାଗିଛି ବଡ଼ ସୂଚନା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା ବେଳେ ବଡ଼ ତଥ୍ୟ ଲାଗିଥିବା କୁହାଯାଉଛି । ଶୁକ୍ରବାର ରାତି ୧୨ଟା ଯାଏଁ ଉଭୟ ପତୀ-ପତ୍ନୀଙ୍କୁ ଗୁରେଇ ତୁରେଇ ଜେରା କରାଯାଇଛି । ସ୍ବାମୀ-ସ୍ତ୍ରୀଙ୍କୁ ଜେରା ବେଳେ ୩୪ଟି ପ୍ରଶ୍ନ ପଚରାଯାଇଥିବା କୁହାଯାଉଛି ।

also read...

କାଳ ବୈଶାଖିରେ ଓଲଟିଲା ଦେଶି ଡଙ୍ଗା, ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ

ଏସ୍‌ଆଇଟି ଜେରା ବେଳେ ଅଧିକାଂଶ ସମୟରେ ଚୁପ୍ ରହିଥିଲେ ନିକିତା । ସେହିପରି ଶ୍ରବଣ ମଧ୍ୟ ଦୁଇ ଥର ପାଣି ମାଗିବା ସହ ଜଣେ ବାଥ୍‌ରୁମ୍ ଯାଇଥିବା ଜଣାପଡ଼ିଛି । କେବେଠାରୁ ଦୁଇ ଜଣ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ । ଏମାନଙ୍କ ଲିଙ୍କ ଆଉ କାହା ସହ ରହିଛି । 

ଏନେଇ ଉଭୟ ଏସ୍‌ଆଇଟି ଅଧିକାରୀ ଓ ପୁଲିସ ପ୍ରଶ୍ନ କରିଥିଲେ । ଏହା ସହିତ ଶ୍ରବଣଙ୍କ ନକ୍ସଲ ଲିଙ୍କ୍‌ ରହିଛି କି ନାହିଁ ଜେରା କରିଥିଲେ ଅଧିକାରୀ । ସେପଟେ ଦୁଇ ଦିନିଆ ରିମାଣ୍ଡରେ ଥିବା ଶ୍ରବଣ ଅଗ୍ରୱାଲଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ତାଙ୍କୁ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.