ହୋଲି ଦିନ ରାଜଧାନୀରେ ହତ୍ୟା ଘଟଣା, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | March 16, 2025 IST

ଭୁବନେଶ୍ବର: ହୋଲି ଦିନ ରାଜଧାନୀରେ ଘଟିଥିବା ଦୁଇ ଦୁଇଟି ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସମେଇଗାଡ଼ିଆରେ ଯୁବକଙ୍କୁ ହତ୍ୟା ଘଟଣାରେ ୪ ଜଣକୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା। ତାକୁ ପିପିଲିରୁ ଗିରଫ କରିଛି କମିଶନରେଟ ପୋଲିସ। 

ସେହିଭଳି ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବାନା ଗୁନି ନାଁରେ ରହିଛି ଏକାଧିକ ମାମଲା ରହିଥିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। 

ସୂଚନାଥାଉକି, ଶନିବାର ହୋଲି ଦିନ ରାଜଧାନୀରେ ଘଟିଥିଲା ଦୁଇ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ। ସହିଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ କାରଣରୁ ମଦ ବ୍ୟବସାୟୀ ଗୋପୀ ଗୁଣିକୁ ହତ୍ୟା କରାଯାଇଥିଲା । 

ଅନ୍ୟପଟେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ସମେଇଗାଡିଆ ଅଞ୍ଚଳରେ ଜଣେ ଯୁବକ ଆୟୁଷ୍ମାନ ପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା କାଣ୍ଡର କାରଣ ଥିଲା ପୂର୍ବ ଶତ୍ରୁତା। ଅବଶ୍ୟ ପୂର୍ବରୁ ଘଟଣାକୁ ନେଇ ଥାନାରେ ସମାଧାନ ହୋଇଥିଲା। ହେଲେ ହୋଲି ଦିନ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡଙ୍କ ଭିଆଇଥିଲେ ଆୟୁଷ୍ମାନଙ୍କ ଶତ୍ରୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.