ଅନୁଗୋଳ ୨।୮: ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଡାସାହି ନିକଟରେ ସଡକ ଦୁର୍ଘଟଣା । ଓଏସ୍ଏପି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିରେ ଥିବା ୧୪ ଜଣଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏକ ଟାଭେରା ଗାଡିରେ ଝାରସୁଗୁଡାରୁ ଭୁବନେଶ୍ୱରକୁ ଯାଉଥିଲେ ଓଏସ୍ଏପି ଟିମ୍ର ୧୪ ଜଣ ଜବାନ । ଶୁକ୍ରବାର ବିଳମ୍ବିତ ରାତିରେ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଡାସାହି ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏମାନଙ୍କ ଭିତରୁ ୬ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସେପଟେ, ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଗୋଳ ମେଡିକାଲକୁ ଯାଇ ଆହତ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ମନ୍ତ୍ରୀଙ୍କ ସହ ଅନୁଗୋଳ, ଛେଣ୍ଡିପଦା ଏବଂ ପାଲଲହଡା ବିଧାୟକ ମଧ୍ୟ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସମସ୍ତ ଗୁରୁତର ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି କହିବା ସହ ସମସ୍ତଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ଫୋନ ଯୋଗେ ବୁଝିଛନ୍ତି ଏବଂ ଆବଶ୍ୟକୀୟ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
You Can Read:
ରାଜା ଚକ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ, ଶ୍ଵଶୁରଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଜାମିନ ମଞ୍ଜୁର