ବିମାନରେ ଚାଲାଣ ହେଉଥିଲା ସାପ, ଭୁବନେଶ୍ବର ଏୟାରପୋର୍ଟରୁ ଲଗେଜ୍‌ ଚେକିଂ ବେଳେ ଧରାପଡ଼ିଲା

Published By : Prameya-News7 Bureau | March 29, 2025 IST

ଭୁବନେଶ୍ବର : ବିମାନରେ ଚାଲାଣ ହେଉଥିଲା ସାପ । ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ ହୋଇଛି । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ । ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍‌ରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି, ସାପ ଓ କଇଁଛ ଜବତ ହୋଇଛି । ବ୍ୟାଙ୍କକ୍‌ରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । ବିମାନ ବନ୍ଦର ପହଞ୍ଚିବା ପରେ କଷ୍ଟମ ବିଭାଗ ଧରିଥିଲା । ୯ଟି ସାପ, ୧୦ଟି ବହୁରୂପୀ ଏଣ୍ଡୁଅ, ୧୨ଟି କଇଁଛ ବିକ୍ରି ପାଇଁ ଲଗେଜ୍‌ରୁରେ ଭର୍ତ୍ତି କରି ଆଣିଥିଲେ ଯୁବକ । ଚେକିଂ ସମୟରେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଥିଲେ ଯୁବକ । ଯୁବକ ଜଣଙ୍କ ହେଲେ ତାମିଲନାଡୁର ଶଙ୍କର ମୂର୍ଗନ୍ । କଷ୍ଟମ ବିଭାଗ  ତାଙ୍କ ପାସପୋର୍ଟକୁ ଜବତ କରିଛି । 


ଏସବୁ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନରେ ବିକ୍ରି ପାଇଁ ଆସିଥିବା ସୂଚନା ମିଳିଛି । ପଟିଆ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ସହ ଲିଙ୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଭୁବନେଶ୍ୱର କିଏ ଆଣିଥିଲା, କ’ଣ ପାଇଁ ଆଣିଥିଲା ବନ ବିଭାଗ ତାର ତଦନ୍ତ କରୁଛି । ଉଦ୍ଧାର ହୋଇଥିବା ସାପ, କଇଁଛ, ଏଣ୍ଡୁଅକୁ ନନ୍ଦନକାନନରେ ରଖାଯିବ ନେଇ ବନ ବିଭାଗ ସୂଚନା ଦେଇଛନ୍ତି ।

You Can Read:

ଠକିଥିଲେ ୬୪ ଲକ୍ଷରୁ ଅଧିକ ଟଙ୍କା : ୪ ସରକାରୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.