ମୁମ୍ଵାଇ ୨୭।୦୧; ୭୬ତମ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। ଯାହାର ତାଲିକା ମଧ୍ୟ ସାମ୍ନାକୁ ଆସିଛି। ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରେ ୨୩ ଜଣ ମହିଳା ଅଛନ୍ତି। ୧୩ ଜଣ ବ୍ୟକ୍ତିତ୍ୱଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଉଛି। ହେଲେ ସିଙ୍ଗରଙ୍କ ଜଗତରେ ଅନେକ କଳାକାରଙ୍କ ନାମ ସାମିଲ ଅଛି । ଯେମିତିକି ଅରିଜିତ ସିଂହ, ଲୋକଗାୟିକା ଶାରଦା ସିହ୍ନା ଓ ପଙ୍କଜ ଉଦାସ।
କିନ୍ତୁ ପୁରସ୍କାର ଲିଷ୍ଟରେ କିଛି ଦିଗଜ ସିଙ୍ଗର୍ସଙ୍କ ନାମ ସାମିଲ ନ ହେବାରୁ ବଲିଉଡ୍ ଗାୟକ ସୋନୁ ନିଗମ କ୍ରୋଧ ପ୍ରକାଶ କରୁଛନ୍ତି। ପଦ୍ମ ଆୱର୍ଡସ୍ ୱିନରଙ୍କ ଲିଷ୍ଟ ସାମ୍ନାକୁ ଆସିବା ପରେ ସୋନୁ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କହିଛନ୍ତି ଇଣ୍ଡଷ୍ଟ୍ରିରେ ବହୁତ ସୁନ୍ଦର ସିଙ୍ଗର୍ସ ଅଛନ୍ତି । ଯେଉଁମାନେ ଏବେ ଯାଏଁ ତାଙ୍କୁ ଆୱାର୍ଡ ମିଳି ନାହିଁ । ଭିଡିଓରେ ସୋନୁ କହିଛନ୍ତି-୨ ଜଣ ସିଙ୍ଗର୍ସ… ଯିଏ ପୂରା ଦୁନିଆକୁ ପ୍ରେରିତ କରିଛି । ଯେଉଁଥରେ ପଦ୍ମଶ୍ରୀ ପୁରସ୍କାରରେ ସୀମିତ ରହିଲେ ସେ ହେଉଛନ୍ତି-ମହମ୍ମଦ ରଫି ସାହବ… ଆଉ ଜଣେ କିଶୋର କୁମାର । ଯାହାଙ୍କୁ ପଦ୍ମଶ୍ରୀ ବି ମିଳିଲାନି । ସେପଟେ ଅଲ୍ଲକା ୟାଗିନିଙ୍କୁ ଏତେ ପର୍ଯ୍ୟନ୍ତ ଲମ୍ଵା ଓ ଦମ୍ଦାର କ୍ୟାରିଅର ଥିଲା । କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ କିଛି ମିଳିଲା ନାହିଁ ।
ଶ୍ରେୟା ଘୋଷାଲ ବହୁତ ସମୟ ଧରି ତାଙ୍କ ଗୀତକୁ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ମଧ୍ୟ ଆୱର୍ଡ ମିଳିବା ଉଚିତ୍ । ସୁନିଧି ଚୌହାନ ତାଙ୍କ କଣ୍ଠସ୍ଵରରେ ସମସ୍ତ ପିଢିକୁ ପ୍ରେରିତ କରିଛନ୍ତି । କିନ୍ତୁ ତାଙ୍କୁ ଏବେ ଯାଏଁ ଆୱର୍ଡ ମିଳିପାରି ନାହିଁ । ସୋନୁଙ୍କ ବିଷୟରେ କହିବାକୁ ଗଲେ ୨୦୨୨ରେ ସୋନୁଙ୍କୁ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିକ କରାଯାଇଥିଲା । ସୋନୁ ନିଜ କ୍ୟାରିଅରରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି । ଯେଉଁଥି ପାଇଁ ତାଙ୍କ ମଡର୍ଣ୍ଣ ରଫି କୁହାଯାଉଛି ।