ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଲା ଦକ୍ଷିଣ ଆଫ୍ରିକା ବୋର୍ଡ, IPL 2025କୁ ନେଇ ଖେଳାଳିଙ୍କୁ ଦେଲା ଏହି ଆଦେଶ

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୁଣି ଥରେ ମେ ୧୭ରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟରେ ଆଉ ୧୭ଟି ମ୍ୟାଚ୍ ବାକି ରହିଛି। ତେବେ ଦଳଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ବିଦେଶୀ ଖେଳାଳି। କାରଣ ମେ ଶେଷ ଆଡ଼କୁ ବିଭିନ୍ନ ଦଳ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ  କ୍ରିକେଟ୍ ସାଉଥ ଆଫ୍ରିକା କିଛି ଘଣ୍ଟା ପୂର୍ବରୁ ଘୋଷଣା କରିଥିଲା ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସଶିପ ଫାଇନାଲ୍ ପାଇଁ ଦଳରେ ସାମିଲ ଖେଳାଳିଙ୍କୁ ଆଇପିଏଲ୍ ୨୦୨୫ର ପ୍ଲେଅଫ ମ୍ୟାଚ୍ ଛାଡି ଦେଶ ପାଇଁ ଫେରିବାକୁ ପଡିବ । ତେଣୁ ଖେଳାଳିମାନେ ମେ ୨୬ ପର୍ଯ୍ୟନ୍ତ ଆଇପିଏଲ୍ ଖେଳି ପାରିବେ । ହେଲେ କିଛି ସମୟ ପରେ ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଛି ସିଏସଏ।  ଫାଇନାଲ୍ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବାକୁ ନିଜର ଖେଳାଳିଙ୍କୁ ଅନୁମତି ଦେଇଛି। ଉଲ୍ଲେଖନୀୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା  ଜୁନ ୧୧ରୁ ଲଣ୍ଡନର ଲର୍ଡସରେ ଖେଳା ଯିବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଜୁନ ୩ରୁ ଟ୍ରେନିଂ ଆରମ୍ଭ ହେବ ।

ବିସିସିଆଇର କାର୍ଯ୍ୟସୂଚୀ ଘୋଷଣା ହେବା ପରେ  ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ଆଇପିଏଲ୍ ଖେଳିବା ନେଇ ସଂଶୟ ଦେଖା ଦେଇଥିଲା । କାରଣ ଜୁନ ୧୧ରୁ ଉଭୟ ଦଳ ମଧ୍ୟରେ ଡବ୍ଲ୍ୟୁଟିସି ଫାଇନାଲ୍ ମ୍ୟାଚ୍ ଲଣ୍ଡନର ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଖେଳାଯିବ। ହେଲେ ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ଉପୁଜିବା କାରଣରୁ ଆଇପିଏଲକୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଫଳରେ ମେ ୨୫ରେ ସରୁଥିବା ଟୁର୍ଣ୍ଣାମେଣ୍ଟ ଜୁନ ୩କୁ ଟାଣି ହୋଇ ଯାଇଛି। ଡବ୍ଲ୍ୟୁଟିସି ଫାଇନାଲର ପ୍ରସ୍ତୁତି ପାଇଁ ସିଏସଏ ପକ୍ଷରୁ ଖେଳାଳିଙ୍କୁ ମେ ୨୬ରେ ସ୍ଵଦେଶ ଫେରିବାକୁ କୁହାଯାଇଥିଲା। 

Also read: ଭାରତ-ବଲୁଚିସ୍ତାନ ହେବ କ୍ରିକେଟ୍‌ ମ୍ୟାଚ୍‌ ! ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର୍

ଦକ୍ଷିଣ ଆଫ୍ରିକାର ୧୦ରୁ ଅଧିକ ଖେଳାଳି ଆଇପିଏଲ୍ ୨୦୨୫ ଖେଳୁଛନ୍ତି । ଏଥିରୁ ୮ ଜଣ ଏମିତି ଖେଳାଳି ଅଛନ୍ତି ଯାହାଙ୍କ ଚୟନ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ହୋଇଛି । ଏଥିରେ ଦକ୍ଷିଣ ଆଫ୍ରିକାର ୮ କ୍ରିକେଟର କାଗିସୋ ରାବଡା(ଗୁଜରାଟ୍ ଟାଇଟନ୍ସ), ଲୁଙ୍ଗି ଏନଙ୍ଗିଡି(ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ), ଟ୍ରିଷ୍ଟନ ଷ୍ଟବ୍ସ(ଦିଲ୍ଲୀ କ୍ୟାପିଟାଲ୍ସ), ଆଡନ ମାରକ୍ରମ(ଲକ୍ଷ୍ନୌ ସୁପର ଜାଏଣ୍ଟସ), ରିୟାନ ରିକଲଟର(ମୁମ୍ବାଇ ଇଣ୍ଡିଆନ୍ସ), କୋର୍ବିନ ବୋଶ(ମୁମ୍ବାଇ ଇଣ୍ଡିଆନ୍ସ), ମାର୍କୋ ଜନସେନ(ପଞ୍ଜାବ କିଙ୍ଗ୍ସ) ଓ ୱିୟାନ ମୁଲଡର(ସନରାଇଜର୍ସ ହାଇଦ୍ରାବାଦ) ସାମିଲ । 

ସେମିତିରେ ବି ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବାରୁ ୱିୟାନ ମୁଲଡର ମେ ୨୫ ତାରିଖରୁ ଫ୍ରି ହୋଇଯିବେ । ଏହା ବାଦ୍ ମେ ୨୬ ତାରିଖ ସ୍ପଷ୍ଟ ହୋଇଯିବ ଯେ କେଉଁ ଦଳ ଟୁର୍ଣ୍ଣାମେଣ୍ଟରେ ଆଗକୁ ଯିବେ । ସେହି ହିସାବରେ ଆଉ କିଛି ଖେଳାଳି ଫ୍ରି ହୋଇଯିବେ । ଏଲିମିନେଟର ପରେ ବି ଆଉ କିଛି ଖେଳାଳି ସ୍ଵଦେଶ ଫେରି ପାରିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.