କଟକ ୨୧।୮: ଓଟିଇଟି ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ବୋର୍ଡ ପକ୍ଷରୁ ନିଆଯାଇଛି ସ୍ଵତନ୍ତ୍ର ପଦକ୍ଷେପ । ପରବର୍ତ୍ତୀ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ବୋର୍ଡ଼ର ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ଆପଣାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ନିର୍ବାଚନର ଇଭିଏମ୍ ପଠାଯିବା ଢାଞ୍ଚାରେ ପଠାଯିବ ପ୍ରଶ୍ନପତ୍ର । ଏହି ବ୍ୟବସ୍ଥାରେ ଜିଲ୍ଲାପାଳ ଓ ଏସ୍ପି ମାନଙ୍କୁ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିବେ । ଡିଇଓଙ୍କ ବଦଳରେ ଜିଲ୍ଲାପାଳ ମାନେ ଗ୍ରହଣ କରିବେ ପ୍ରଶ୍ନପତ୍ର । ଇଭିଏମ୍ ଭଳି ପୋଲିସର ସୁରକ୍ଷା ବ୍ୟବସ୍ଥାରେ ରହିବ ପ୍ରଶ୍ନପତ୍ର । ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ରକୁ ଜଗିବେ ପୋଲିସ ।
ସେପଟେ ଆସନ୍ତା ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପରୀକ୍ଷା ସ୍ଥଗିତ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଅନିବାର୍ଯ୍ୟ କାରଣ ବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛି ବୋର୍ଡ । ତେବେ ପୂର୍ବରୁ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ଏହି ପରୀକ୍ଷାକୁ ଘୁଞ୍ଚାଯାଇଥିଲା । ଆସନ୍ତା ୩୧ ପୁନଶ୍ଚ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
You Can Read: