ଭୁବନେଶ୍ବର ୧୦।୪: ଜାଲ୍ ନୋଟ୍ କାରବାର ରାକେଟ୍ ଠାବ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଟିଟିଲାଗଡ଼କୁ ୨ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଛି । ହାଇ କ୍ବାଲିଟି ଜାଲ ନୋଟ୍ ଛାପୁଥିବା ଖବର ପାଇ ଏସ୍ଟିଏଫ୍ ଟିମ୍ ଚଢାଉ କରିଥିଲେ । ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ତଦନ୍ତ ଜାରି ରହିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଜାଲ୍ ନୋଟ୍ କାରବାର ହେଉଥିବା ନେଇ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଚଢାଉ କରି ଟିଟିଲାଗଡ଼ ସହରର ଜଣେ ଟେଣ୍ଟ ହାଉସ୍ ମାଲିକ ଓ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ଉଭୟଙ୍କୁ ଜାଲ୍ ନୋଟ୍ କାରବାରରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରିଥିବା ସୂଚନା ମିଳିଛି । ତେବେ ଟିଟିଲାଗଡ଼ ଅଞ୍ଚଳରେ ପୁଣି ଜାଲ୍ ନୋଟ୍ କାରବାର ଆରମ୍ଭ ହୋଇଥିବା କୁହାଯାଉଛି ।
You Can Read: