ଟ୍ୟୁସନ୍‌ରୁ ଫେରୁଥିଲେ ଛାତ୍ର, ଚଢ଼ିଗଲା ମାଲବାହୀ ଟ୍ରକ୍ : ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକ

Published By : Prameya-News7 Bureau | April 21, 2025 IST

କୋଣାର୍କ ୨୧ପୁରୀ ଗୋପ ଥାନା ଗୋପ-ଚାରିଛକ ରୋଡ଼ ବସ୍ତି ନିକରରେ ଦୁର୍ଘଟଣା । ୧୩ବର୍ଷ ବୟସ୍କ ଛାତ୍ରଙ୍କ ଉପରେ ଚଢ଼ିଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଛାତ୍ର ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉତ୍ତ୍ୟକ୍ତ ଲୋକ ଗୋପ-ଚାରିଛକ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଗୋପ ବସ୍ତିର ଜଣେ ଛାତ୍ର ଟ୍ୟୁସନରୁ ଫେରୁଥିବା ବେଳେ ଗୋପ-ଚାରିଛକ ରାସ୍ତାରେ କଟକ ଯାଉଥିବା ଏକ ମାଲବାହୀ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଗୁରୁତର ଛାତ୍ରଙ୍କୁ ତୁରନ୍ତ ସ୍ଥାନୀୟ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରିଛନ୍ତି । 

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୋପ-ଚାରିଛକ ରାସ୍ତା ଦୁଇ ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହିତ ଟ୍ରକଟିକୁ ଜବତ କରିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋପ ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଉଠିଥିଲେ ବସ୍ତିବାସିନ୍ଦା । ଗୁରୁତର ଛାତ୍ର ଗୋପ ବସ୍ତି ଅଞ୍ଚଳର ମହମଦ ଜୁନେଦ । ସେ ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି ।

You Can Read:

ମୁହଁ ଖୋଲିଲେ ପାର୍ବତୀ ଗଣନାଟ୍ୟ ପରିଚାଳକ, କହିଲେ ଚୁପ୍ ଥିଲି ହେଲେ ଆଉ ନୁହେଁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.