ବିନିକା ୮।୧: ବିଦ୍ୟାଳୟରେ ତାଲା । ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲକର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସ୍କୁଲରେ ଶିକ୍ଷକ ଅଭାବ ପ୍ରତିବାଦରେ ଗେଟ୍ରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଛନ୍ତି ।
ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପ୍ରଥମେ ଏହି ବିଦ୍ୟାଳୟରେ ୫ ଜଣ ଶିକ୍ଷକ ରହିଥିଲେ । କିଛି ଦିନ ପୂର୍ବରୁ ଦୁଇ ଜଣ ଶିକ୍ଷକଙ୍କୁ ସିଆରସିସି ଭାବରେ ନେଇଯାଇଥିବାରୁ ଏବେ ତିନି ଜଣ ଶିକ୍ଷକ ପାଠ ପଢାଉଛନ୍ତି । ଯାହା ଫଳରେ ବହୁ ଅସୁବିଧା ହେଉଛି । ସ୍କୁଲରେ ତିନି ଜଣ ଶିକ୍ଷକ ଥିବାରୁ ପାଠପଢ଼ା ଠିକ୍ ଭାବରେ ହେଉନଥିବାରୁ କମିଟି ଏବଂ ଅଭିଭାବକ ମାନେ ଅଧିକାରୀ ମାନଙ୍କୁ ପ୍ରଥମେ ମୌଖିକ ଭାବରେ ଜଣାଇଥିଲେ । ପରେ କେହି ନଶୁଣିବାରୁ ବିଇଓ, ଡିଇଓ, ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଶିକ୍ଷକ ପାଇଁ ଦାବିପତ୍ର ଦିଆଯାଇଥିଲା । ଶେଷରେ ବାଧ୍ୟ ହୋଇ ବିଦ୍ୟାଳୟରେ ଆଉ ଦୁଇ ଜଣ ଶିକ୍ଷକ ଦାବି କରି ବିଦ୍ୟାଳୟ ଫାଟକରେ ତାଲା ମାରି ଛାତ୍ରଛାତ୍ରୀ ଅଭିଭାବକ ଅଭିଭାବିକା ଧାରଣାରେ ବସିଛନ୍ତି ।
You Can Read:
ଠକିଦେଲା ଉଦ୍ୟାନ ବିଭାଗ ! ପ୍ରତିବାଦରେ ଧାରଣା ଦେଲେ ଥାଇଲାଣ୍ଡ ବେରି ଚାଷୀ