ପୁରୀ ୧୫।୧: ମହାପ୍ରଭୁଙ୍କ ସେବା କରୁଥିବା ସମୟରେ ଟଳି ପଡିଲେ ସେବାୟତ । ପୁରୀ ଶ୍ରୀମନ୍ଦିରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ମାଟି ମଣ୍ଡପ ସାହିର ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ।
ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟାହ୍ନ ସମୟରେ ମହାପ୍ରଭୁଙ୍କ ଦ୍ବିପ୍ରହର ଧୂପ ପାଇଁ ଜଗନ୍ନାଥ ଗର୍ଭଗୃହରେ ପାଣି ପକାଉ ଥିବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ସେବାୟତ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନେ ଚିକିତ୍ସା ପାଇଁ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ସେବାୟତ କୂଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଖବର ପାଇ ସଦର ମୁଖ୍ୟ ଚିକିତ୍ସାଳୟରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହ ମୃତ ସେବାୟତଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
ତେବେ ଗତ ଦୁଇବର୍ଷ ପୂର୍ବେ ହୃଦଘାତ ଜନିତ ସମସ୍ୟା ଯୋଗୁ ଜଗନ୍ନାଥ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ମହାପ୍ରଭୁଙ୍କ ସେବା ପୂଜାରେ ଯୋଗ ଦେଇଥିଲେ। ଆଜି ଠାକୁରଙ୍କ ସେବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଜିଲ୍ଲାପାଳ କହିଛନ୍ତି। ମୃତ ଜଗନ୍ନାଥଙ୍କ ପୁଅଙ୍କୁ ସେବାରେ ନିୟୋଜିତ କରିବା ପାଇଁ ତାଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି।
You Can Read:
ଆରମ୍ଭ ହେବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ବିଭ୍ରାଟ କରିଥିବା ସେବାୟତଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ