ସ୍ବପ୍ନ ପାଇଁ ଛାଡ଼ିଥିଲେ ଚାକିରି, ଏବେ ୟୁଟ୍ୟୁବରୁ କରୁଛନ୍ତି ଲକ୍ଷ ଲକ୍ଷ ରୋଜଗାର

Published By : Prameya-News7 Bureau | August 23, 2023 IST

ନୂଆଦିଲ୍ଲୀ ୨୩।୦୮: ବର୍ତ୍ତମାନ ସମୟରେ ଯୁବାଙ୍କୁ ଘାରିଛି ଚାକିରୀ ଚିନ୍ତା । ଅଳ୍ପ ବୟସରେ ଏମିତି କିଛି କରୁଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପାଲଟୁଛନ୍ତି ଉଦାହରଣ । ସେହିଭଳି ଜଣେ ଯୁବତୀ ହେଉଛନ୍ତି ଶ୍ରଦ୍ଧା ଖାପରା । ବୟସ ମାତ୍ର ୨୩ ବର୍ଷ । ‘ମାଇକ୍ରୋସଫ୍ଟ ଦିଦି’ ବା ଶ୍ରଦ୍ଧା ଦିଦି ନାଁରେ ବେଶ ପରିଚିତ । ଅଳ୍ପ ବୟସରୁ ହିଁ ସଫଳତାର ସିଢି ଚଢ଼ିବାରେ ସେ ମାହିର । ଶ୍ରଦ୍ଧା ଏପରି ଏକ ସ୍ଥାନରୁ ଆସିଛନ୍ତି, ଯେଉଁଠାରେ ସେ ଏକମାତ୍ର ଇଞ୍ଜିନିୟର୍‌ ଥିଲେ । ହରିୟାଣାର ଏକ ଛୋଟ ଗାଁରୁ ଆସିଥିବା ଶ୍ରଦ୍ଧାଙ୍କ କାହାଣୀ ବେଶ୍ ପ୍ରେରଣାଦାୟକ ।

{"id":834591,"width":838,"height":629,"sizeSlug":"full","linkDestination":"none"}

ତାଙ୍କର ଜନ୍ମ ଏବଂ ଲାଳନପାଳନ ଏକ ଛୋଟ ଗାଁରୁ ହୋଇଛି । ଗାଁରେ ଭଲ ସ୍କୁଲ୍‌ ନଥିବାରୁ ସେ ପଢିବା ପାଇଁ ଦିଲ୍ଲୀ ଚାଲି ଆସିଥିଲେ । ଶ୍ରଦ୍ଧା ପ୍ରଥମରୁ ହିଁ ପାଠପଢାରେ ବହୁତ୍ ଭଲ ଥିଲେ । ସଠାରେ ସେ ୨୦୦୬-୧୭ ସ୍କୁଲ ଶିକ୍ଷା କରିଥିଲେ । ପରେ ୨୦୧୭-୨୧ କମ୍ପ୍ୟୁଟର ଇଞ୍ଜିନିୟରିଂ କରିଥିଲେ ଶ୍ରଦ୍ଧା । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଇଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନନୋଲୋଜିରୁ କମ୍ପୁଟର ଇଞ୍ଜିନିୟରିଙ୍ଗ୍ ରେ ଶ୍ରଦ୍ଧା ବ୍ୟାଚଲର୍‌ ଡିଗ୍ରୀ କରିଛନ୍ତି ।

{"id":834592,"width":839,"height":669,"sizeSlug":"full","linkDestination":"none"}

ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ସୁଯୋଗ ମିଳିଥିଲା । ସେଠାରେ ସେ ଓ୍ବାର୍କପ୍ଲେସ୍‌ ଏନଭାୟରମେଣ୍ଟରେ ସେ ବେଶ୍ ପ୍ରଭାବିତ ହୋଇଥିଲେ । ୩ ମାସ ଇଣ୍ଟର୍ଣ୍ଣସିପ୍ ସରିବା ପରେ ତାଙ୍କୁ ମାଇକ୍ରୋସଫ୍ଟ କମ୍ପାନୀରେ ଚାକିରି ବି ମିଳିଥିଲା । ତାଙ୍କୁ କମ୍ପାନୀ ଖୁବ ପସନ୍ଦ ଥିଲା, ହେଲେ ସେ କିଛି ବଡ଼ କରିବା ପାଇଁ ଚିନ୍ତା କରିଥିଲେ । ସେ କୁହନ୍ତି, ମାଇକ୍ରୋସଫ୍ଟ ଭଳି କମ୍ପାନୀରେ କାର୍ଯ୍ୟ କରିବା ଜରୁରୀ ।

{"id":834593,"width":841,"height":1494,"sizeSlug":"large","linkDestination":"none"}

କାରଣ ଏହିସବୁ କମ୍ପାନୀରେ କାର୍ଯ୍ୟ କରିବାର ଶୈଳୀ ବେଶ ନିଆରା । ଶ୍ରଦ୍ଧା ୧ ମାସ ପାଇଁ ଡିଆରଡିଓରେ ରିସର୍ଚ୍ଚ ଟ୍ରେନିଂରେ ଇଣ୍ଟରନସିପ୍‌ ମଧ୍ୟ କରିଥିଲେ । ଏହାପରେ ଜୁଲାଇ ୨୦୨୧ରେ ଶ୍ରଦ୍ଧା ଚାକିରି ଛାଡ଼ିବା ପରେ ତାମିଲନାଡୁର ଏକ କମ୍ପାନୀରେ ସଫ୍ଟଓ୍ବାୟର ଇଞ୍ଜିନିୟର ରୂପେ କାର୍ଯ୍ୟ କରିଥିଲେ । ହେଲେ ଏହି ଚାକିରି ବି ତାଙ୍କୁ ବାନ୍ଧି ପାରିନଥିଲା । ମାତ୍ର ୫ ମାସ ଚାକିରି କରିବା ପରେ ସେ ଛାଡ଼ିଦେଇଥିଲେ ।

{"id":834595,"sizeSlug":"full","linkDestination":"none"}

ଶ୍ରଦ୍ଧା ନିଜର କିଛି କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ୫ମାସରେ ଚାକିରୀ ଛାଡି ଆରମ୍ଭ କରିଥିଲେ ଏକ ୟୁଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରଖିଛନ୍ତି ‘ଆପନା କଲେଜ୍‌’ । ଏହି ଚ୍ୟାନେଲ ମାଧ୍ୟମରେ ଶିକ୍ଷଣୀୟ ତଥ୍ୟ ପୋଷ୍ଟ କରୁଛନ୍ତି । ତାଙ୍କର ଏବେ ଲକ୍ଷ ଲକ୍ଷ ସବସ୍କ୍ରାଇବର । ତାଙ୍କୁ ଇନଷ୍ଟାଗ୍ରାମରେ ଲକ୍ଷାଧିକ ୟୁଜର ଫଲୋ ମଧ୍ୟ କରୁଛନ୍ତି ।

{"id":834605,"sizeSlug":"full","linkDestination":"none"}

ଏବେ ଶ୍ରଦ୍ଧା ଚାକିରି ତୁଳନାରେ ଅଧିକ ଟଙ୍କା ରୋଜଗାର କରିବା ସହ ନାଁ ମଧ୍ୟ କମାଉଛନ୍ତି । ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍‌ ‘ଆପନା କଲେଜ’ର ୩ ଲକ୍ଷ ୫୪ ହଜାରରୁ ଅଧିକ ସବସ୍କ୍ରାଇବର ଅଛନ୍ତି ।  ଯାହା ଏତେ କମ୍‌ ସମୟରେ ଲୋକପ୍ରିୟ ହେବା ବେଶ୍‌ କଷ୍ଟସାଧ୍ୟ ।

You Can Read:

wp:embed {"url":"https://www.prameyanews7.com/success-story-apollo-hospitals-founder-prathap-c-reddy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/success-story-apollo-hospitals-founder-prathap-c-reddy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.