ଲୋକସଭା ଓ ବିଧାନସଭା ଆସନ ପାଇଁ କଟକରେ ଏସୟୁସିଆଇ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

Published By : Prameya-News7 Bureau | May 02, 2024 IST

କଟକ ୨।୫: ଦ୍ବିତୀୟ ଦିନରେ କଟକରେ ଏସୟୁସିଆଇ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । କଟକ ଲୋକସଭା ଆସନ ପାଇଁ ରାଜ କିଶୋର ମଲ୍ଲିକ, ଚୌଦ୍ବାର କଟକ ବିଧାନସଭା ଆସନ ପାଇଁ ଖଗେଶ୍ବର ସେଠୀ, ବାରବାଟୀ କଟକ ଆସନ ପାଇଁ ଅକ୍ଷୟ ରାଉଳ, କଟକ ସଦର ନିର୍ବାଚନ ମଣ୍ଡଳୀ ପାଇଁ ପରମାନନ୍ଦ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏସୟୁସିଆଇ ପ୍ରାର୍ଥୀ କଟକ ମହାନଗର ନିଗମ ନିକଟରୁ ନିଜର ସମର୍ଥକଙ୍କ ସହ ଆସି ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏଡିଏମଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତେବେ ଦରଦାମ ବୃଦ୍ଧି, ବେରୋଜଗାରୀ, ଜନ ସାଧାରଣଙ୍କ ମୌଳିକ ସମସ୍ୟା ନେଇ ଏହି ନିର୍ବାଚନ ଲଢୁଥିବା ପ୍ରାର୍ଥୀ କହିଛନ୍ତି । ପ୍ରାର୍ଥୀ ଜନ ସାଧାରଣଙ୍କ ପାଖକୁ ଯାଉଛନ୍ତି ଏବଂ ଏହି ସମସ୍ୟା ଅବଗତ କରିବା ସହ ନିଜ ସପକ୍ଷରେ ଭୋଟ୍ ପାଇଁ ନିବେଦନ କରୁଥିବା ପ୍ରାର୍ଥୀ କହିଛନ୍ତି ।

You Can Read :

ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ : ନୀଳଗିରି ଆସନ ପାଇଁ ଥିଲେ ଆଶାୟୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.