ରାଉରକେଲା ୧୭।୫: ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ରାଉରକେଲା ଏରୋଡ଼୍ରମ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ ଗୃହ ମନ୍ତ୍ରୀ ଅମିତ ଶାହ ।
ସୁନ୍ଦରଗଡ଼ ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ । ଅମିତ ଶାହଙ୍କ ଗସ୍ତକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତରେ । ଅମିତ ଶାହ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍ତର ପ୍ରଦେଶ ଆମେଠିରୁ ଅପରାହ୍ନ ୨ଟା ୩୦ ମିନିଟରେ ବାହାରି ଅପରାହ୍ନ ୪ଟାରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ । ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପରେ ୪ଟା ୫ ମିନିଟରେ ବିମାନ ବନ୍ଦରରୁ ବାହାରି ୪ଟା ୧୦ ମିନିଟରେ ଏରୋଡ଼୍ରମ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସମାବେଶରେ ପହଞ୍ଚିବେ ଅମିତ ଶାହ । ନିର୍ବାଚନୀ ସଭାରେ ଅପରାହ୍ନ ୪ଟା ୧୦ ରୁ ୪ଟା ୫୦, ୪୦ ମିନିଟ ରହି ନିର୍ବାଚନୀ ଅଭିଭାଷଣ ଦେବେ ଅମିତ ଶାହ ।
ଅଭିଭାଷଣ ଦେବା ପରେ ନିର୍ବାଚନୀ ସମାବେଶରୁ ୪ଟା ୫୫ ମିନିଟରେ ଛାଢ଼ିବେ ଏରୋଡ଼୍ରମ ପଡ଼ିଆ । ଏହାପରେ ୫ଟାରେ ପହଞ୍ଚିବେ ରାଉରକେଲା ବିମାନ ବନ୍ଦରରେ ଆଉ ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ୫ଟା ୫ ମିନିଟ୍ରେ ରାଞ୍ଚି ଅଭିମୁଖେ ଉଡାଣ ଭରିବେ । ଅମିତ ଶାହଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ବିଜେପି ନେତା କର୍ମୀ । ଅମିତ ଶାହଙ୍କ ଗସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
You Can Read :
ବଡ ଧରଣର ଚଢାଉ : ବିପୁଳ ପରିମାଣରେ ମଦ ଓ ମହୁଲ ପୋଚ ଜବତ ପରେ ନଷ୍ଟ