ଘଟଗାଁ ୧୭।୫: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚନ ସମୟରେ ମଦ କାରବାରକୁ ରୋକାଯାଇପାରିବ ସେ ନେଇ ଘଟଗାଁ ପୋଲିସ ପକ୍ଷରୁ ବଡଧରଣର ଚଢ଼ାଉ କରାଯାଇଛି । ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାରସକାଳୁ ଘଟଗାଁ ପୋଲିସ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୩୦ ହଜାର କେଜି ମହୁଲ ପୋଚ ଓ ୫ ଶହ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରାଯାଇଛି । ଏଥିସହ ବିପୁଳ ପରିମାଣରେ ମଦ ରନ୍ଧା ସାମଗ୍ରୀକୁ ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଛୋଟରାୟପୁର ଗ୍ରାମ ନିକଟ ଜଙ୍ଗଲରେ ବହୁଳ ପରିମାଣରେ ମଦ ପ୍ରସ୍ତୁତ କରାଯାଉଥିବା ଖବର କୌଣସି ସୂତ୍ରରୁ ପୋଲିସ ପାଇବା ପରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଆଇଆଇସି ସୁଭ୍ରାନ୍ତ ଜେନାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏବଂ କେନ୍ଦ୍ରୀୟ ଫୋର୍ସ ଘଟଣାସ୍ଥଳରେ ଚଢାଉ କରିଥିଲେ । ଚଢାଉ ବେଳେ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଜବତ ମଦ ଓ ମହୁଲି ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯିବା ସହ ୧୦୦ରୁ ଉର୍ଦ୍ଧ୍ବ ମଦ ରନ୍ଧା ପାଇଁ ବ୍ୟବହୃତ ହାଣ୍ଡି ଗୁଡିକୁ ଜବତ କରିଛି ପୋଲିସ ।
You Can Read :
ମାଲବାହୀ ଟ୍ରକ୍ରେ ଲାଗିଲା ନିଆଁ, ଟଳିଲା ବଡ ଧରଣର ଦୁର୍ଘଟଣା