ଜଳେଶ୍ବର ୧୭।୫: ପଶ୍ଚିମବଙ୍ଗ ଆଡୁ ଓଡିଶାକୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରକ୍ରେ ଲାଗିଲା ନିଆଁ । ଟ୍ରକ୍ରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଟୋଲ୍ ପ୍ଲାଜା କର୍ମଚାରୀ ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜା ନିକଟରେ ଶୁକ୍ରବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ କଲିକତା ଆଡୁ ମାଲ୍ ବୋଝେଇ କରି ବାଲେଶ୍ୱର ଆଡକୁ ଦ୍ରୁତ ଗତିରେ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ରେ ହଠାତ ନିଆଁ ଲାଗି ଯାଇଥିଲା । ଟ୍ରକ୍ ତଳୁ ଧୂଆଁ ବାହାରୁଥିବା ଦେଖି ଟୋଲ୍ ପ୍ଲାଜା କର୍ମଚାରୀମାନେ ସଙ୍ଗେ ସଙ୍ଗେ ଟୋଲ୍ ପ୍ଲାଜାରେ ଥିବା ନିଆଁ ଲିଭା ଗ୍ୟାସ୍ରେ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ି଼ ନଥିଲା ବେଳେ ଟ୍ରକର ଦ୍ରୁତ ଗତି ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
You Can Read :
ଓଡ଼ିଶାର ବିକାଶ ପାଇଁ ଏବେ ଡବଲ୍ ଇଞ୍ଜିନ ସରକାର ଦରକାର : ହେମା ମାଳିନୀ