ଭୁବନେଶ୍ୱର ୦୯।୧୨ : ରାଜ୍ୟସଭା ଉପନିର୍ବାଚନ । ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର । ବିଧାନସଭାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁଜିତ କୁମାର । ନାମାଙ୍କନ ଭରିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲଙ୍କ ସହ ୩୦ ବିଧାୟକ ଉପସ୍ଥିତ ରହିଥିଲେ ।
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ। ସୁଜିତଙ୍କ ପୂର୍ବରୁ ମମତା ମହନ୍ତ ମଧ୍ୟ ବିଜେଡି ଛାଡ଼ି ବିଜେପି ଆସିଥିଲେ, ଏହାପରେ ଦଳ ତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇଥିଲା। ସମାନ ଫମୁର୍ଲାରେ ସୁଜିତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭା ପଠାଇଛି। ଏପ୍ରିଲ ୨୦୨୬ ଯାଏଁ ସୁଜିତ କୁମାରଙ୍କ କାର୍ଯ୍ୟକାଳ ରହିଛି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ହେବ। ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।