କଟକ ୨୫।୧: କଟକ ନଗର ଜିଲ୍ଲା ବିଜେପି ସଂଗଠନକୁ ମିଳିଛି ନୂଆ ମଙ୍ଗୁଆଳ । ଯୁବନେତା ସୁକାନ୍ତ କୁମାର ବିଶ୍ୱାଳ ନୂଆ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ନୂଆ ସଭାପତି ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର, ନିଆଳୀ ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ନେଇ ବିଜେପି ନୂଆ ସାଙ୍ଗଠନିକ ଜିଲ୍ଲା ରୂପେ ଘୋଷଣା କରିଛି ।
ଗତ ସାଧାରଣ ନିର୍ବାଚନରେ ଏହି ୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ କଂଗ୍ରେସ ୨ଟି ବିଜେଡି ଏବଂ ଅନ୍ୟ ୨ଟି ନିର୍ବାଚନ ମଣ୍ଡଳୀରେ ବିଜେପିର ବାଜିମାତ୍ ହୋଇଛି, ତେଣୁ ନୂଆ ସଭାପତି ଓ ତାଙ୍କ ଟିମ୍ ପାଇଁ ଅନେକ ଆହ୍ବାନ ରହିଛି ବୋଲି କୁହାଯାଇପାରେ । ତେବେ ସେସବୁର ମୁକାବିଲା କରିବାରେ ତାଙ୍କ ସଂଗଠନ ତୟାର ରହିଛି ଏବଂ ଆଗକୁ ବିଜେପି ତାର ଅଭିଯାନରେ ସଫଳ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।
You Can Read:
ବଡ଼ଖମଣ ଜଙ୍ଗଲରେ କଲରା ପତରିଆ ବାଘର ଗଳିତ ମୃତଦେହ, ଶିକାରୀ ମାରିଥିବା ସନ୍ଦେହ