ବ୍ରହ୍ମପୁର: ଲାଇସେନ୍ସ ନବୀକରଣ କରିବାକୁ ଟଙ୍କା ମାଗୁଥିବା ଯୋଗାଣ ନିରୀକ୍ଷକଙ୍କୁ ଚାକିରିରୁ ନିଲମ୍ବନ। ନିଲମ୍ବିତ ହୋଇଥିବା ବଳରାମ ଜେନା ପାତ୍ରପୁର ବ୍ଲକ୍ର ଯୋଗାଣ ନିରୀକ୍ଷକ। ଅଭିଯୋଗ ହୋଇଥିଲା ସେ ଏକ ଲାଇସେନ୍ସ ରିନ୍ୟୁ କରିବାକୁ ଜଣକ ଠାରୁ ଲାଞ୍ଚ ନେଉଥିଲେ। ତାହାବି ପୁଣି କାର୍ଯ୍ୟାଳୟ ଭିତରେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।
ଯାହା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ଏକ ୫ ଜଣିଆ କମିଟି ଗଠନ କରିଥିଲେ। କମିଟିର ରିପୋର୍ଟକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ ଉପଜିଲ୍ଲାପାଳ। ଯାହାପରେ ଏହି କାର୍ଯ୍ୟାନୁଷ୍ଠାନ ନଆଯାଇଛି।
ତେବେ ଚାକିରିରୁ ନିଲମ୍ବନ ସହ ତାଙ୍କୁ ଜିଲ୍ଲା ସଦର ମହକୁମା ବିଭାଗୀୟ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡିଯାଇ ପାରିବେ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ରହିଥିବା ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।