ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା : ପରିବାର ଲୋକ କହୁଛନ୍ତି ନିର୍ଯାତନା ପାଇଁ ଦୁର୍ଘଟଣା, ଅଭିଯୋଗକୁ ଖଣ୍ଡନ କଲେ ଥାନା ଅଧିକାରୀ

Published By : Prameya-News7 Bureau | June 02, 2025 IST

କଳାହାଣ୍ଡି ୨: ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଲୀପୁର ରାସ୍ତାରେ ଜଣେ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ଏବେବି ସସ୍‌ପେନ୍ସ ଜାରି ରହିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ କେଗାଁ ଥାନା ଅଧିକାରୀଙ୍କ ନିର୍ଯାତନା ପାଇଁ ଡିପ୍ରେସନ୍‌ରେ ରହୁଥିବାରୁ  ଦୁର୍ଘଟଣା ଘଟିଛି । ପୋଲିସ ଏହାକୁ ହାଲୁକା ଭାବରେ ନନେଇ ସଠିକ୍ ତଦନ୍ତ କରନ୍ତୁ ବୋଲି ପରିବାର ଲୋକ ଦାବି କରିଛନ୍ତି । ପୋଲିସ ପକ୍ଷରୁ ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି l 

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାତୀୟ ରାଜପଥ ୨୬ ବନମାଲୀପୁର ରାସ୍ତାରେ ରବିବାର ସକାଳୁ ବାଇକ୍ ସହ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଘଟଣାସ୍ଥଳକୁ ଜୁନାଗଡ଼ ପୋଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ଧର୍ମଗଡ ଏସ୍‌ଡିପିଓ ଏବଂ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ପହଞ୍ଚି ଘଟଣାର ତଦନ୍ତ କରିଥିଲେ l ତଦନ୍ତ ପରେ ଅର୍ଦ୍ଧଦଗ୍ଧ ମୃତଦେହ କୋରାପୁର ଜିଲ୍ଲା ବୋରିଗୁମ୍ମା ଥାନା ସାନଦୁବୁଲୀ ଗାଁର ପବିତ୍ର ଗୋଲାପୀଙ୍କର ବୋଲି ଜଣାପଡିଥିଲା l ସେ କେଗାଁ ଥାନାରେ କାର୍ଯ୍ୟରତ ଥିବା ସମୟରେ କୌଣସି କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଗତ ମାସରେ ନିଲମ୍ବିତ କରାଯାଇଥିଲା l ପରେ ସେ ଭବାନୀପାଟଣା ରିଜର୍ଭରେ କାର୍ଯ୍ୟ କରୁଥିଲେ l 

ତେବେ ରବିବାର ମଧ୍ୟରାତ୍ରିରେ ଭବାନୀପାଟଣାରୁ କୋରାପୁଟ ତାଙ୍କ ଘରକୁ ଯିବା ସମୟରେ ବନମାଳୀପୁର ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ପିଟି ହେବା ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି l ଅଘଟଣ ଘଟିବା ସମୟରେ କୋରାପୁଟର ଜଣେ ପୋଲିସ ଅଧିକାରିଣୀ ଏହି ରାସ୍ତା ଦେଇ ଯିବା ସମୟରେଏହା ଦେଖି ଭବାନୀପାଟଣା ସଦର ଥାନାକୁ ଜଣାଇ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା । ଏହାସହ ଉକ୍ତ ଟ୍ରକକୁ ଧରିବା ପାଇଁ ରାସ୍ତାରେ ଥିବା ସିସିଟିଭି ଯାଞ୍ଚ କରାଯାଉଥିବା ପୋଲିସ ପହିଛି l 

ଅନ୍ୟ ପକ୍ଷରେ ମୃତ ASIଙ୍କୁ କେଗାଁ ଥାନା ଅଧିକାରୀ ଅନେକ ମାନସିକ ନିର୍ଯାତନା ଦେବା ସହ ଡ୍ୟୁଟିରେ ଥିଲେ ମଧ୍ୟ ଅନୁପସ୍ଥିତ ଦେଖାଉଥିଲେ, ତାଙ୍କୁ  ନିଲମ୍ବନ ମଧ୍ୟ କରିଥିଲେ । ଯାହାକୁ ନେଇ ସେ ସବୁବେଳେ ଡିପ୍ରେସନରେ ରହୁଥିଲେ ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ASIଙ୍କ ସ୍ତ୍ରୀ ଗୀତାଞ୍ଜଳି ସୁନା । ତେବେ ଯଦି ସେଥିପାଇଁ ଦୁର୍ଘଟଣା ହୋଇଛି ତାହେଲେ କଗାଁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୃତ ASIଙ୍କ ସ୍ତ୍ରୀ ଦାବି କରିଛନ୍ତି । ଅନ୍ୟପଟେ ନିର୍ଯାତନା ଦେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କେଗାଁ ଥାନା ଅଧିକାରୀ l

You Can Read:

ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଯାତ୍ରୀଙ୍କୁ ଓହ୍ଲାଇବା ବେଳେ ଦୁର୍ଘଟଣା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.