ଆନନ୍ଦପୁର ୨୪/୦୬: ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲଦାର ମନମୁଖୀ କାମ । ବାବୁ ସାଧାରଣ ଲୋକଙ୍କୁ ଦେଖାଉଛନ୍ତି ବାବୁ ଗିରି । ସାଧାରଣ ଲୋକଙ୍କ ପାଇଁ ରଖିଛନ୍ତି ଅନେକ ସର୍ତ୍ତ । ସର୍ତ୍ତ ଅନୁଯାୟୀ ଚାମ୍ବରକୁ ଆସୁଥିବା ଲୋକଙ୍କ ପାଇଁ ଜୋତା ଚପଲ ମନା । ଆପତି ଅଭିଯୋଗ କରିବାକୁ ବାବୁଙ୍କ ନିକଟକୁ ଆସୁଥିବା ଲୋକଙ୍କ ପାଇଁ ଚୌକି ମଧ୍ୟ କାଢି ଦେଇଛନ୍ତି ତହସିଲଦାର ।
ସାଧାରଣ ଲୋକଟେ ଯେତେବେଳେ ବାବୁଙ୍କ ନିକଟକୁ ଆସିବ ସେ ଛିଡାହୋଇ ତାର ଗୁହାରୀ ଜଣାଇବ । ଆଉ ବାବୁ ଚୌକିରେ ବସି ନିଜ ବାବୁଗିରି ଦେଖାଇ ଅଭିଯୋଗ ସୁଣିବେ । ସାଧାରଣ ଲୋକଙ୍କ ପାଇଁ ତହସିଲଦାରଙ୍କ ଏଭଳି ହିନମାନ୍ୟତାକୁ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
ସୂଚନା ଥାଉକି, ଘଷିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ କାର୍ଯ୍ୟାଳୟ ଠାରେ ଥିବା ନିଜ ଚାମ୍ବର କାନ୍ଥରେ ପୋଷ୍ଟର ମାରିଛନ୍ତି । ସେଥିରେ ନିଜ ମଧ୍ୟ ଦସ୍ତଖତ କରିଛନ୍ତି । ସାଧାରଣ ଲେକଙ୍କ ପାଇଁ ଚାମ୍ବର ଭିତରକୁ ଜୋତା ପନ୍ଧି ଯିବାମନା ବୋଲି ଏଥିରେ ଉଲ୍ଲେଖ ରହିଛି । ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଛନ୍ତି ।
ସେପଟେ ଏ ମହାଶୟ ଏଠାରେ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ହଟାଇଛନ୍ତି । ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସାଇ ଯାଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ତହସିଲଦାରଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଚାମ୍ବରରେ ଠାକୁର ଥିବାରୁ ଜୋତା ଚପଲ ମନା କରାଯାଇଛି ।
ଚେୟାର ପକାଇଲେ ଲୋକେ ବସି ଖଟି କରିବେ । କାମ ହେବ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି , କର୍ମଚାରୀ ମାନଙ୍କ ପାଇଁ କଣ ଠାକୁର ନାହାଁନ୍ତି ନା ଯେଉଁ ଅଧିକାରୀ ମାନେ ସାଧାରଣଲୋକ ଙ୍କ ପାଇଁ ଚୌକିଟିଏ ରଖିଛନ୍ତି ସେଠାରେ କଣ କାମ ହେଉନାହିଁ ।