ଭୁବନେଶ୍ବର ୯।୭: କାର୍ କାଚ ଭାଙ୍ଗି କରୁଥିଲେ ଲୁଟ୍ । ଭୁବନେଶ୍ବରରୁ ଧରାପଡିଲେ କାର୍ କାଚ ଭଙ୍ଗା ତାମିଲ ଲୁଟେରା ଗ୍ୟାଙ୍ଗ । ତାମିଲନାଡୁର ୪ ଜଣ ଲୁଟେରାକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଏମାନଙ୍କ ନିକଟରୁ ୧୯ ହଜାର ୨ ଶହ ଟଙ୍କା ଜବତ ହୋଇଛି । ଏହାସହ ଲୁହା ବଲ୍, ଆଇ ପ୍ୟାଡ୍ ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଲିଙ୍ଗରାଜ ଥାନା ଅଞ୍ଚଳରେ କିଶୋର କୁମାର ଝା ନାମକ ବ୍ୟକ୍ତିଙ୍କ ସ୍କର୍ପିଓ କାର୍ କାଚ ଭାଙ୍ଗି ବ୍ୟାଗ୍ ଲୁଟି ନେଇଥିଲେ ଏହି ଗ୍ୟାଙ୍ଗ୍ । ଏହି ଘଟଣାରେ ସିସିଟିଭି ଯାଞ୍ଚ ସହ ସମସ୍ତ ପ୍ରମାଣ ପାଇବା ପରେ କମିସନରେଟ୍ ପୋଲିସ ଏହି ୪ ଜଣିଆ ତାମିଲ ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏମାନେ ହେଉଛନ୍ତି ଏସ୍ କଥିରଭାନ, କେ ଦିନେଶ କୁମାର, ଏସ୍ କୁମାର, କେ ଦିଲିରଜନ । ଏମାନେ ସମସ୍ତେ ତାମିଲନାଡୁରୁ ଭୁବନେଶ୍ୱର ଆସି ଚୋରି ଓ ଲୁଟପାଟ କରନ୍ତି ।
You Can Read:
ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦେଖିବାକୁ ପୁରୀ ଯାଉଥିଲେ, ସଡ଼କ ଦୁର୍ଘଟଣାରେ ଚାଲିଗଲା ସାଲେପୁର ଯୁବତୀଙ୍କ ଜୀବନ