ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ତାମିଲନାଡୁର ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ, ୫ NDRF ଟିମ୍‌ ପ୍ରସ୍ତୁତ

Published By : Prameya-News7 Bureau | December 12, 2024 IST

News7

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହାର ଆହୁରି ଘନୀଭୂତ ହେବାସ ଅଶାନ୍ତ ରହିବ ସମୁଦ୍ର। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆସନ୍ତା ୨୪ ଘଣ୍ଟା ପାଇଁ ଟେରୁକାସୀ, ତିରୁନେଲଭେଲି ପାଇଁ ଅତ୍ୟନ୍ତ ପ୍ରବଳ ବର୍ଷା (21 ସେମି ପର୍ଯ୍ୟନ୍ତ) ରେଡ ଆଲର୍ଟ ଜାରି କରିଛି। ୧୨ ଡିସେମ୍ବର ପାଇଁ ତାମିଲନାଡୁର ଥୋଥୁକୁଡି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଚେନ୍ନାଇ ସହର ସମେତ ତାମିଲନାଡୁ ୧୬ ଜିଲ୍ଲା, ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା (12-20 ସେମି) ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୧୦ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଆଇଏମଡି କହିଛି ଯେ ଏହି ସିଷ୍ଚମ ତାମିଲନାଡୁର ଦକ୍ଷିଣ ଉପକୂଳ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି। ଯାହା ପରେ ଏହା ୧୩ ଡିସେମ୍ବର ଶୁକ୍ରବାର ବେଳକୁ 'ଲଘୁଚାପ କ୍ଷେତ୍ର' କ୍ରମଶଃ ଦୁର୍ବଳ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.