ତେଲେଙ୍ଗାନା ବିସ୍ଫୋରଣ ଘଟଣା : ଗଞ୍ଜାମ ଜିଲ୍ଲାର ଆଉ ଜଣଙ୍କର ମୃତ୍ୟୁ, ଜନ୍ମମାଟିକୁ ଫେରିଲା ମରଶରୀର

Published By : Prameya-News7 Bureau | July 04, 2025 IST

ଛତ୍ରପୁର ୪।୭: ତେଲେଙ୍ଗାନାରେ ହୋଇଥିବା ବିସ୍ଫୋରଣରେ ଗଞ୍ଜାମ ଜିଲ୍ଲାର ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ସିଦ୍ଧାର୍ଥ ଗୌଡ଼ଙ୍କ ଘର ହିଞ୍ଜିଳିକାଟୁ ଅଞ୍ଚଳରେ । ଏହାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଏବେବି କିଛି ଲୋକ ନିଖୋଜ ଥିବା ବେଳେ କିଛି ଲୋକଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ସାଙ୍ଗରେଡ୍ଡି ଜିଲ୍ଲାର ଏକ ଫାର୍ମା କମ୍ପାନୀରେ ଜୁନ୍ ୩୦ ତାରିଖରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେବି ଅନେକ ଲୋକ ନିଖୋଜ ଅଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ କିଛି ଜଣ ରହିଥିବା ସୂଚନା ରହିଛି । ତେବେ ଶୁକ୍ରବାର ଜଣଙ୍କର ମରଶରୀର ନିଜ ଭିଟାମାଟିକୁ ଫେରୁଛି । ମୃତକ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଡିଙ୍ଗି ଅଞ୍ଚଳର ସିଦ୍ଧାର୍ଥ ଗୌଡ଼ l ତାଙ୍କ ଶବ ନିଜ ଜନ୍ମମାଟିକୁ ଫେରିଛି । ପରେ ତାଙ୍କ ଶେଷକୃତ୍ୟ ଏଠାରେ କରାଯିବ l ସେ ଗତ ୩ ମାସ ତଳେ ସେଠାକୁ କାର୍ଯ୍ୟ କରିବାକୁ ଯାଇଥିଲେ । ସେ ସେଠାରେ ହେଲପର ଭାବେ କାର୍ଯ୍ୟ କରୁଥିଲେ l ବର୍ତ୍ତମାନ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମରଶରୀର ନିଜ ଜନ୍ମମାଟିକୁ ଫେରିଛି l ଏବେବି ଜିଲ୍ଲାର ଅନେକ ଲୋକ ଆହତ ହୋଇ ଚିକିତ୍ସା ଚାଲୁଥିବା ସୂଚନା ରହିଛି । ଏହି ବିସ୍ଫୋରଣ ରାସାୟନିକ ପ୍ରତିକ୍ରିୟା ହୋଇଥିବା କୁହାଯାଇଛି । ଏହି କମ୍ପାନୀରେ ୧୪୦ରୁ ୧୫୦ ଜଣ ଶ୍ରମିକ କାମ କରୁଥିଲେ । ଦୁଇ ଦିନ ତଳେ ଛତ୍ରପୁର ଅଞ୍ଚଳର ଜଣଙ୍କ ମରଶରୀର ଆସିଥିଲା ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

You Can Read:

ଘରେ ଶୋଇଥିଲେ ମା’-ପୁଅ, ମାଟି କାନ୍ଥ ପଡି ଉଭୟ ଆହତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.