ରାଉରକେଲା ୧୯।୪: ରେଳ ଲାଇନ ନିର୍ମାଣକୁ ବିରୋଧ ବେଳେ ଖଣ୍ଡ ଯୁଦ୍ଧ । ବସ୍ତିବାସିନ୍ଦା ଓ ପୁଲିସ ମଧ୍ୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଖଣ୍ଡଯୁଦ୍ଧ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ସମେତ ୬ ପୋଲିସ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଡ଼ୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରିଥିଲେ ବସ୍ତିବାସିଦା । ଯାହା ଫଳରେ ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା । ଏମିତି କି ଢେଲା ଓ ତୀର ମାଡ଼ କରିଥିଲେ ବସ୍ତି ବାସିନ୍ଦା । ବସ୍ତି ବାସିନ୍ଦାଙ୍କ ଢେଲା ଓ ତୀର ମାଡ଼ରେ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ ଗୁରୁତର ହୋଇଛନ୍ତି । ତାଙ୍କ ସହ ୬ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ସେହିଭଳି ଘଟଣାସ୍ଥଳରେ ଜେସିବି ଧକ୍କାରେ ବରକାନିର ଏତୋ ଏକ୍କା ନାମକ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ଆହତ ଏଏସଆଇ ରାଜେନ୍ଦ୍ର ସାହୁ, ସରୋଜ କୁମାର ମୁଦୁଲିଙ୍କ ସମେତ ମନୋରଞ୍ଜନ ଦାସ, ରାକେଶ ମହାରଣା ଓ ଜେସିବି ଅପରେଟର ସାମୱେଲ ମାସି ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l
You Can Read:
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା ଟଙ୍କା