ମୁମ୍ଵାଇ ୧୫।୦୫; ପହଲଗାମ ଆତଙ୍କୀ ଆକ୍ରମଣ ପରେ ସାରା ଦୁନିଆ ପାକିସ୍ତାନକୁ ନିନ୍ଦା କରିଥିଲା । କିନ୍ତୁ ତୁର୍କୀ ଏକମାତ୍ର ଦେଶ ଯିଏ ପାକ୍କୁ ସର୍ପୋଟ କଲା । ଯାହାର ପରିଣାମ ତୁର୍କୀକୁ ଭୋଗିବାକୁ ପଡ଼ିବ । କାରଣ ତୁର୍କୀ ଉପରେ ଯେତେବେଳେ ପ୍ରାକୃତିକ ବିପଦ ଆସିଥିଲା ଭାରତ ବନ୍ଧୁ ସାଜି ସାହାଯ୍ୟ କରିଥିଲା। ତୁର୍କୀ ଏବଂ ପାକ୍ ଭିତରେ ବଢୁଥିବା ରଣନୀତିକ ଏବଂ ରାଜନୀତିକ ବନ୍ଧୁତା ଏବେ ମନୋରଞ୍ଜନ ଉପରେ ପ୍ରଭାବ ପକାଇଛି । ଭାରତରେ କିଛି ବର୍ଷ ହେଲା ଟର୍କିସ୍ ଡ୍ରାମାର ଚାହିଦା ଅଧିକ ବଢ଼ିଥିଲା।
ତୁର୍କୀର ଅଧିକାଂଶ ରୋମାଣ୍ଟିକ୍ ଡ୍ରାମାକୁ ଭାରତୀୟ ଖୁବ୍ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ସହ ତୁର୍କୀର ବଢୁଥିବା ନିବିଡ଼ତା ଏହାକୁ ପ୍ରଭାବିତ କରିବ । ବର୍ତ୍ତମାନ ସୋସିଆଲ୍ ମିଡିଆରେ ବଏକଟ୍ ତୁର୍କୀକୁ ନେଇ ଟ୍ରେଣ୍ଡ୍ କରୁଛି । ଏହା ପୂର୍ବରୁ ମଧ୍ୟ ଭାରତରେ ଏପରି ଉଦାହରଣ ଅଛି… ଯେଉଁଠାରେ ରାଜନୈତିକ କାରଣରୁ ବିଦେଶୀ ଫିଲ୍ମ, ଧାରାବାହିକ କିମ୍ବା ଉତ୍ପାଦକୁ ବିରୋଧ କରାଯାଇଛି। ଏପରି ପରିସ୍ଥିତିରେ, ଯଦି ତୁର୍କୀ ପାକିସ୍ତାନ ସହିତ ସମ୍ପର୍କକୁ ପ୍ରାଥମିକତା ଦେଇ ଚାଲିଥାଏ, ତେବେ ଏହା ଭାରତୀୟ ସଫ୍ଟ ପାୱାର କ୍ଷେତ୍ରରେ ଏହାର କ୍ଷତି କରିପାରେ।
ସୋସିଆଲ ମିଡିଆରେ ବଏକଟ୍ ତୁର୍କୀ ଟ୍ରେଣ୍ଡ କରୁଛି
ପାକିସ୍ତାନ ତାର ମନ୍ଦ ଉଦ୍ଦେଶ୍ୟରୁ ନିବୃତ୍ତ ହେଉନାହିଁ। ତାଙ୍କ ସୁରକ୍ଷାରେ ପାଳିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀମାନେ ପହଲଗାମରେ ଆକ୍ରମଣ କରି ୨୬ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ବିବାହିତ ମହିଳାଙ୍କ କପାଳରେ ଥିବା ସିନ୍ଦୁର ପୋଛି ହୋଇଯାଇଥିଲା । ସାରା ବିଶ୍ୱ ଏହାକୁ ନିନ୍ଦା କରିଥିଲା କିନ୍ତୁ ତୁର୍କୀ ଏହାକୁ ସମର୍ଥନ କରିଥିଲା। ଏହି କାରଣରୁ ଭାରତୀୟ ଲୋକଙ୍କ ଭାବନାକୁ ଆଘାତ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ତୁର୍କୀ ଡ୍ରାମା ଉପରେ ପଡ଼ିବ।