ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଏପ୍ରିଲ୍‌ ୨୪ରେ ମିଳିବ ସୁଭଦ୍ରା ଟଙ୍କା

Published By : Prameya-News7 Bureau | April 19, 2025 IST

ଭୁବନେଶ୍ୱର ୧୯।୦୪ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଏପ୍ରିଲ୍‌ ୨୪ରେ ମିଳିବ ସୁଭଦ୍ରା ହିତାଧିକାରୀଙ୍କ ଟଙ୍କା । ପଞ୍ଚାୟତିରାଜ ଦିବସ ଅବସରରେ ପୁରୀ ଠାରେ ସୁଭଦ୍ରା ଟଙ୍କା ଦେବେ ରାଜ୍ୟ ସରକାର । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ଦୁଇ କିସ୍ତିରେ ୧୦ ହଜାର ଟଙ୍କା ମିଳିବ । ମୋଟ ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ଟଙ୍କା ପାଇବେ । 

ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ । ଆବେଦନକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ । ତୃତୀୟ କିସ୍ତି ପରେ ଯେଉଁମାନଙ୍କୁ ୨୧ ବର୍ଷ ହୋଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ । 

୨୦୨୪ ସେପ୍ଟେମ୍ୱର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ ମୋହନ ସରକାର । ଏଯାଏଁ ୧ କୋଟି ୬୪ ହଜାର ମହିଳା ଯୋଜନାର ଦୁଇଟି କିସ୍ତି ପାଇଛନ୍ତି । ପୂର୍ବରୁ ସରକାର କହିଥିଲେ ଯେ ତେବେ ମାର୍ଚ୍ଚ  ୩୧ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସେମାନଙ୍କୁ ଯୋଜନାରେ ସାମିଲ କରାଯିବ । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.