ନୂଆଦିଲ୍ଲୀ ୦୫/୧୧: ଆଉ କିଛି ଘଣ୍ଟାର ଅପେକ୍ଷା । ଶକ୍ତିଶାଳୀ ରାଷ୍ଟ୍ର ପାଇବ ନୂଆ ବସ୍ । ମୁଖିଆ ଚୟନ ଲାଗି ଭୋଟ ଦେଉଛି ଆମେରିକା । ନିର୍ବାଚନ ଉପରେ ସାରା ବିଶ୍ୱର ନଜର । ଡେମୋକ୍ରାଟ ହାରିସ ରିପବ୍ଲିକାନ ଟ୍ରମ୍ପଙ୍କ ମଧ୍ୟରେ କଡ୍ଡା ଟକ୍କର । ଦୁଇ ହେବିଓ୍ୱେଟ ନେତା ଏବେ ରେଜଲ୍ଟ ଅପେକ୍ଷାରେ । ଏହାରି ଭିତରେ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ । ଆଉ ସ୍ପଷ୍ଟ କରିଛି କିଏ ପିନ୍ଧିବ ଆମେରିକା ରାଷ୍ଟ୍ରପତି ତାଜ୍ । ଥାଇଲାଣ୍ଡର କୁନି ଜଳହସ୍ତୀର ପ୍ରେଡିକସନ୍ ପରେ ଚର୍ଚ୍ଚା ଜୋରଦାର ।
ମତଦାନ ବେଳେ ଭାଇରାଲ ବେବି ହିପ୍ପୋ ମୁ ଡେଙ୍ଗର ବାଣୀ । ବାଛିଚି ଆମେରିକାର ନିର୍ବାଚନର ବିଜେତା । ଆଉ ସେହି ନେତା ହେଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । କହିବାକୁ ଗଲେ ଥାଇଲାଣ୍ଡ ଚୋନବୁରିରେ ଥିବା ଖାଓ ଖିୟୋ ଓପନ୍ ପ୍ରାଣୀ ଉଦ୍ୟାନରେ ଆମେରିକା ନିର୍ବାଚନ ପ୍ରସଙ୍ଗରେ ଚାଲିଥିଲା ଚର୍ଚ୍ଚା । ରଖାଯାଇଥିଲା ଦୁଇଟି ତରଭୁଜ । ଗୋଟିଏରେ ଲେଖାଥିଲା ଡୋନାଲ୍ଡ ଟ୍ରମ୍ପ ଆଉ ଅନ୍ୟଟିରେ ଥିଲା କମଲା ହାରିସଙ୍କ ନାମ । ତାପୁଣି ସ୍ଥାନୀୟ ଭାଷାରେ। ହଠାତ୍ ମୁ ଡେଙ୍ଗ ବାଛିଥିଲା ପ୍ରକୃତ ନେତା । ଅର୍ଥାତ୍ ଟ୍ରମ୍ପ ଲେଖାଥିବା ତରବୁଜ ଖାଇଥିଲା କୁନି ଜଳହସ୍ତୀ । ସଂଗେ ସଂଗେ ସେଠାରେ ଥିବା ଲୋକେ ହୋଇପଡିଥିଲେ ଚକିତ ।
ଖାଲି ସେଠାକାର ଲୋକେ ନୁହେଁ ଆମେରିକୀୟ ଭୋଟରଙ୍କ ବି ଦୃଷ୍ଟି ଆକର୍ଷଣ କରିଛି ବେବି ହିପ୍ପୋର ଭବିଷ୍ୟବାଣୀ । ଥାଇଲ୍ୟାଣ୍ଡର ଖାଓ ଖିୟୋ ଓପନ୍ ପ୍ରାଣୀ ଉଦ୍ୟାନରେ ରହିଛି ହିପ୍ପୋ ବା ଜଳହସ୍ତି ମୁ ଡେଙ୍ଗ । ଜୁଲାଇ ୨୫ରେ ମୁ ଡେଙ୍ଗର ଜନ୍ମ । ପ୍ରାଣୀ ଉଦ୍ୟାନ ସହ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ବେଶ୍ ଲୋକପ୍ରିୟ। ଯେବେଠୁ ହିପ୍ପୋ ମୁ ଡେଙ୍ଗର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଛି, ସେବେଠୁ ସେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି।
କିଏ ଜିତିବ ବାଜି ଚର୍ଚ୍ଚା, ଆଲୋଚନା ଢେର । ଟ୍ରମ୍ପ ଓ ହାରିସଙ୍କ ସମର୍ଥକ ଆଶା ଆଶଙ୍କାରେ । ଫଳାଫଳ ଉପରେ ସମଗ୍ର ବିଶ୍ୱବାସୀଙ୍କ ନଜର । ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଏଜ୍ଜିଟ୍ ପୋଲ ବି ଆକଳନ କରିଛନ୍ତି। ତେବେ ବେବି ହିପ୍ପୋ ନୁହେଁ ଏକଜିଟ୍ ପୋଲରେ ବି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ନେଇ ଆକଳନ କରାଯାଇଛି। ୭ ରାଜ୍ୟରୁ ୬ଟି ରାଜ୍ୟରେ ଟ୍ରମ୍ପ ଆଗରେ। ସେପଟେ ଏଥର ନିର୍ବାଚନରେ ବିଜୟ ବ୍ୟବଧାନ ଖୁବ୍ କମ୍ ରହିବ ବୋଲି ଆକଳନ କରିଛନ୍ତି। ରାଜନୈତିକ ବିଶେଷଜ୍ଞ । ଏବେ ଅପେକ୍ଷା ପ୍ରକୃତ ରେଜଲ୍ଟକୁ । ବ୍ୟୁରୋ ରିପୋର୍ଟ ପ୍ରମେୟ ନ୍ୟୁଜ୍ ସେଭେନ...ଡିଜିଟାଲ୍....