ଖୁବ୍‌ଶୀଘ୍ର ଆସିବ ୬ଜି ଯୁଗ, ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଙ୍କେତ

Published By : Prameya-News7 Bureau | August 15, 2023 IST

wp:group
wp:columns
wp:column {"width":"100%"}
wp:group

ନୂଆଦିଲ୍ଲୀ, ୧୫/୦୮:ଆଜି ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଧ୍ବଜାରୋହଣ କରିବା ସହ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହି ସମୟରେ ଅନେକ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ତେବେ ଏହି ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଖୁବ୍‌ଶୀଘ୍ର ଦେଶ ୬ଜି ଯୁଗରେ ପ୍ରବେଶ କରିବ।

ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଭାରତ ଏବେ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିଛି । ଭାରତ ବର୍ତ୍ତମାନ ବିଶ୍ବର ସବୁଠୁ ଶସ୍ତା ମୋବାଇଲ ପ୍ଲାନ୍ ଏବଂ ଇଣ୍ଟରନେଟ୍ ସେବା ଯୋଗାଉଛି। ମୋଦୀ ଆହୁରି କହିଛନ୍ତି ଯଥାଶୀଘ୍ର ୫ଜି ରୁ ୬ଜିକୁ ଯିବା ଦିଗରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଏକ ସ୍ବତନ୍ତ୍ର ୬ଜି ଟାସ୍କ ଫୋର୍ସ ଗଠନ ହୋଇଛି । ଭାରତ ଦେଶରେ ଦ୍ରୁତ ବେଗ​‌ରେ ୫ଜି ସେବା ରୋଲ୍ ଆଉଟ କରିବାରେ ସଫଳ ହୋଇଛି।

ମୋଦୀ ଉଦ୍‌ବୋଧନ ସମୟରେ ୬ଜିକୁ ନେଇ ରହିଥିବା ସମ୍ଭାବନା ବିଷୟରେ କହିଛନ୍ତି। ସେ କହିଛନ୍ତି ୬ଜି ଦ୍ବାରା ଦୂର ଦୂରାନ୍ତରରୁ କାରଖାନାକୁ ନିୟନ୍ତ୍ରଣ କରିହେବ। କାର୍‌ ସ୍ବୟଂଚାଳିତ ଭାବରେ ଚାଲିପାରିବେ ଏମିତିକି ପରସ୍ପର ସହ କଥା ହୋଇପାରିବେ। ଏମିତିକି ପିନ୍ଧୁଥିବା ଗ୍ୟାଜେଟ୍‌ ମଧ୍ୟ ଆମର ଅନୁଭବକୁ ବୁଝିପାରିବ ଏଭଳି ଆହୁରି ଅନେକ।

ଆହୁରି ପଢ଼ନ୍ତୁ: ୧୦ ବର୍ଷରେ ମୋଦୀଙ୍କ ସ୍ବାଧୀନତା ଦିବସର ଲୁକ୍‌, ପ୍ରତିଥର ନୂଆ ପଗଡିରେ ଆସିଛନ୍ତି ନଜର

ରିଲାଏନ୍ସ ଜିଓ ଭାରତର ୨୨ ଅଞ୍ଚଳ​‌ରେ ଏହାର ସେବା ଯୋଗାଇଛି। ଯାହାକି ଏହାର କାର୍ଯ୍ୟସୂଚୀ ଠାରୁ ଖୁବ୍ ଆଗରେ। ଭାରତୀୟ ଏୟାରଟେଲ୍‌ ମଧ୍ୟ ଦେଶରେ ୫ଜି ସେବା ଯୋଗାଇବାରେ ଲାଗିପଡ଼ିଛି। ତେବେ ଭାରତ ୫ଜିରେ ସଂପୂର୍ଣ୍ଣ ଭାବରେ ସକ୍ଷମ ହେବା ମାତ୍ରେ ଧୀରେ ଧୀରେ କିନ୍ତୁ ଲଗାତାର ୬ଜି ସେବା ଆରମ୍ଭ କରିବା ଉପରେ ଧ୍ୟାନ କେନ୍ଦ୍ର କରୁଛି ଏବଂ ଏହି ଦିଗରେ କାମ ଆରମ୍ଭ ହୋଇସାରିଛି।

୬ଜି ହେଉଛି ୫ଜିର ପରବର୍ତ୍ତୀ ପର୍ଯ୍ୟାୟ। ଏହା ଏବେ ସତ ନଥିଲେ ବି କୁହାଯାଉଛି ଯେ ୬ଜି ଦ୍ବାରା ଇଣ୍ଟରନେଟ୍‌ ୧୦୦ ଗୁଣା ଅଧିକ ଦ୍ରୁତ ହେବ। ୫ଜିରେ ଇଣ୍ଟରନେଟ୍‌ ୧୦ ଗିଗାବାଇଟ୍‌ ପ୍ରତି ସେକେଣ୍ଡ ପହଞ୍ଚିବାବେଳେ ୬ଜି ରେ ୧ ଟେରାବାଇଟ୍ ପ୍ରତି ସେକେଣ୍ଡରେ ପହଞ୍ଚିବ। ୬ଜିରେ ଗୋଟିଏ ମିନିଟ୍‌ରେ ୧୦୦ ଫିଲ୍ମ ଡାଉନଲୋଡ୍‌ କରିହେବ।

/wp:group
/wp:column
/wp:columns
/wp:group

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.