ଭୁବନେଶ୍ବର ୧୪।୧: ଖୁବ୍ଶୀଘ୍ର BSKY ଦୁର୍ନୀତିର ହେବ ତଦନ୍ତ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ବି ଲୋକେ ପ୍ରତ୍ୟାଖ୍ୟାତ ହେଉଥିଲେ । ବହୁତ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ । ପୂର୍ବ ସରକାରର ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ସେ ବାବଦରେ ଖୁବ୍ଶୀଘ୍ର ତଦନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୃଥ୍ୱୀରାଜ କହିଛନ୍ତି ।
ଏହାର କଡ଼ା ଜବାବ ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, ପୃଥ୍ୱୀରାଜ ହରିଚନ୍ଦନ ମନ୍ତ୍ରୀ ହେବା ଠାରୁ ତଦନ୍ତ ତଦନ୍ତ କହୁଛନ୍ତି । ହେଲେ ଗୋଟେ ହେଲେ ତଦନ୍ତ ରିପୋର୍ଟ ଆସିଲା ନାହିଁ । ବଡ ଠାକୁର ତଳେ ପଡିଲେ, ମଦ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଆସିଲା ନାହିଁ, ମକର ସଂକ୍ରାନ୍ତିରେ ଲିଙ୍ଗରାଜ ଉପବାସ ରହିଛନ୍ତି, ସେକଥା ଆଗ ବୁଝନ୍ତୁ । ଆୟୁଷ୍ମାନ ଭାରତରେ ଗୋଟିଏ ନମ୍ବରରେ ୭ ହଜାର କେସ୍ ହୋଇଛି । ସେଇଟା ପ୍ରଥମେ ତଦନ୍ତ ପାଇ କେନ୍ଦ୍ରକୁ ଚିଠି ଲେଖନ୍ତୁ । ତାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତଦନ୍ତ କରନ୍ତୁ ଆକ୍ସନ ନିଅନ୍ତୁ ।
BSKY ଯୋଜନା ଭଲ ଥିଲା ଗରିବ ଲୋକ ଉପକୃତ ହେଉଥିଲେ । ପଇସା ହାତରୁ ଲାଗୁ ନଥିଲା । କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ଆଗୁଆ ଖର୍ଚ୍ଚ କରିବାକୁ ପଡିବ । ଯାହା ଓଡ଼ିଶା ଭଳି ଗରିବ ରାଜ୍ୟରେ ସମ୍ଭବ ନୁଁହେ ବୋଲି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି । ଅନ୍ୟ ରାଜ୍ୟ ଭଳି ଯଦି ଓଡ଼ିଶାରେ ସେଇ ନିୟମ ରୁହେ ତାହେଲେ ଫେଲୁୟର ହେବ । ଗରିବ ଲୋକ ଉପକୃତ ହେବେନି ୯୦ ପ୍ରତିଶତ ପଇସାବାଲା ଲୋକ ଏହାର ଲାଭ ପାଇବେ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
You Can Read:
ଅବକାରୀ ବିଭାଗ ପାଟ୍ରୋଲିଂ ଗାଡିକୁ ଧକ୍କା ଦେଇ ଚୋରା ମଦ ବେପାରୀ ଫେରାର