ଭୁବନେଶ୍ବର ୨୦।୩: ଦୀର୍ଘ ଦିନ ହେଲା କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ପ୍ରତିବାଦ କରିବା ସହ ବିଧାନସଭାରେ ବିଧାୟକଙ୍କ ଲଢେଇ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ସେ କହିଛନ୍ତି, ଯେଉଁମାନେ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କଲେ ସମ୍ପୃକ୍ତ ବିଧାୟକଙ୍କୁ ନିଲମ୍ବନ କରାଯାଉଛି । ବହୁ ଛାତ୍ରୀ, ମହିଳା ତଥା ଆଦିବାସୀ ଦଳିତ ମା’ ମାନଙ୍କୁ ନିର୍ଯାତନା ଦିଆଯାଉଛି । ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ କରାଯାଇ ନାହିଁ ସେପର୍ଯ୍ୟନ୍ତ ଲଢେଇ ଜାରି ରହିବ ।
ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଆମେ ଯେତେବେଳେ ନାରୀ ପ୍ରସଙ୍ଗକୁ ଗୃହରେ ଉଠାଉଛୁ ସେତେବେଳେ ଆମ ପ୍ରସଙ୍ଗକୁ ମିଡ଼ିଆରେ ପ୍ରକାଶ ପାଉନାହିଁ, ଯାହା ଗୃହର ନିର୍ଦ୍ଦେଶ ରହିଛି । ତଥାପି ଆମେ ଥକିବୁ ନାହିଁ ଆମେ ଲଗାତାର ଆମ ଦାବିକୁ ଗୃହରେ ରଖିବୁ ବୋଲି କାଡାମ କହିଛନ୍ତି ।
You Can Read: