ଭୁବନେଶ୍ବର ୧୭।୧: ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜାନୁଆରୀ ଶେଷରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ପ୍ରଭାତୀ ଘୋଷଣା କରିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋଟ୍ ୩୧ ହଜାର ମହିଳା ଅପ୍ଟ ଆଉଟ କରିଥିବା ବେଳେ ୧୭ ହଜାର ମହିଳା ଅପ୍ଟ ଇନ କରିଛନ୍ତି । ବାକି ୧୪ ହଜାର ମହିଳା ଅପ୍ଟ ଇନ ନକରି ପାରନ୍ତି । ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ଅନ୍ୟପଟେ ଏବେ ବି ୨ ଲକ୍ଷରୁ ଅଧିକ ଆବେଦନକାରୀ ମହିଳା କେୱାଇସି ଅପଡେଟ୍ କରିନାହାନ୍ତି । ୫ ଲକ୍ଷ ମହିଳା କେୱାଇସି ଅପଡେଟ୍ କରିନଥିବାରୁ ସମୟ ଦେଇଥିଲେ ସରକାର ।
ଜାନୁଆରୀ ଶେଷରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଦେବା ପୂର୍ବରୁ ସମସ୍ତଙ୍କୁ କେୱାଇସି ଅପଡେଟ୍ କରିବାକୁ ନିବେଦନ କଲେ ଉପ ମୁଖ୍ୟମନ୍ତ୍ରୀ । ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ୍ କଲେ କିମ୍ବା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇପାରିବେ । କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବନି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୁଭଦ୍ରା ପୋର୍ଟାଲରୁ ଭୁଲ୍ରେ ନାଁ ବାଦ୍ ହୋଇଥିଲେ ହେବ ପୁନଃସାମିଲ, ୮ ହଜାରରୁ ଅଧିକ ଆବେଦନକାରୀ ସାମିଲ
ସୁଭଦ୍ରା ପୋର୍ଟାଲରୁ ଭୁଲ୍ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଥିଲା । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।
ଏହି ସୁବିଧା ଉପଲବ୍ଧ ହେବା ପରେ ଗତ ୧୧ ତାରିଖ ମଧ୍ୟରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଥିଲେ । ତେଣୁ ଯେଉଁ ମାନେ ଭୁଲରେ ନାମ ବାଦ୍ (OPT OUT) ହୋଇଯାଇଥିଲେ, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା ।
ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଆବେଦନକାରୀ ସେମାନଙ୍କର ଇ-କେୱାଇସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାଇସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ । ତେଣୁ ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ପଦ୍ଧତିରେ ନିଜର ଇ-କେୱାଇସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।
You Can Read:
ଭଙ୍ଗାଗଲା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ