ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର, ଘରେ କେହି ନଥିବାରୁ ବଡ଼ ଅଘଟଣରୁ ବର୍ତ୍ତିଗଲେ ପରିବାରଲୋକ

Published By : Prameya-News7 Bureau | January 26, 2025 IST

ପାରାଦୀପ ୧: ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର । ଭାତ ଉତୁରି ପଶିବାରୁ ଗ୍ୟାସ୍ ଟାଙ୍କି ଓ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ପାରାଦୀପ ଅଠରବାଙ୍କି ନିକଟ ଲକ୍‌ପଡାରେ ଘଟିଛି ଏଭଳି ଅଘଟଣ । ଘରେ କେହି ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟ । କୁଜଙ୍ଗ ଅଗ୍ନିଶମ ଓ ଏଏମ‌ଏନ‌ଏସ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ପାରାଦୀପ ଅଠରବାଙ୍କି ନିକଟ ଲକ୍‌ପଡାରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର । ପରିବାରର ବଡ଼ ସଦସ୍ୟମାନେ ବାହାରେ କାମ କରିବାକୁ ଯାଇଥିବା ବେଳେ, ଛୋଟ ଝିଅ ଗ୍ୟାସ୍‌ରେ ଭାତ ରାନ୍ଧୁଥିଲେ । ଭାତ ବସାଇଦେଇ ଛୋଟ ପିଲାଟି ବାହାରକୁ କୌଣସି କାମରେ ଯାଇଥିବା ବେଳେ, ଭାତ ଉତୁରି ପଶିବାରୁ ଘରର ଚାଳକୁ ନିଆଁ ଧରିଥିଲା । ଫଳରେ ଘର ଜଳିବା ସହିତ ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା । ସଠିକ୍ ସମୟରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚିବାରୁ ନିକଟରେ ଥିବା ଝୁମ୍ପୁଡ଼ି ଘର ଜଳିବାରୁ ବର୍ତ୍ତି ଯାଇଛି ।

You Can Read:

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାକ୍ସ : ୧୦ରୁ ଉର୍ଦ୍ଧ୍ବ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର 

  • paradeep
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.