ଆସନ୍ତା ୬ରୁ ଆରମ୍ଭ ହେବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ, ୧୨ ତାରିଖ ଯାଏଁ ଚାଲିବ

Published By : Prameya-News7 Bureau | January 03, 2025 IST

ଭୁବନେଶ୍ବର ୩।୧: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଏହି ଉତ୍ସବରେ ପକ୍ଷୀ ନୀରିକ୍ଷଣ ଏବଂ ଭ୍ରମଣ, ବିଶେଷଜ୍ଞ ଆଲୋଚନା ଏବଂ କର୍ମଶାଳା, ସଂରକ୍ଷଣ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ରହିଛି । ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚିଲିକା ଏବଂ ମଙ୍ଗଳାଯୋଡିରେ ପକ୍ଷୀ ଦର୍ଶନ, ୧୧ ତାରିଖରେ ବରକୂଳରେ ଓଡ଼ିଶା ବାର୍ଡସ କନକ୍ଲେଭ, ୧୨ ତାରିଖରେ ନନ୍ଦନକାନନରେ ପକ୍ଷୀ ପଦଯାତ୍ରା, ୭ରୁ ୧୨ ତାରିକ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ବନ୍ୟପ୍ରାଣୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂର କାର୍ଯ୍ୟକ୍ରମ ରହିଛି । ପ୍ରବାସୀ ଭାରତୀୟ ଦିବସ ଅବସରରେ ଓଡ଼ିଶାକୁ ଆସିଥିବା ପ୍ରବାସୀ ଏହି ଉତ୍ସବର ମଜା ନେଇପାରିବେ । ୬ ତାରିଖରୁ ଆରମ୍ଭ ହୋଇ ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

You Can Read:

ଘରୁ ମିଳିଲା ଶିକ୍ଷୟିତ୍ରୀଙ୍କ ମୃତଦେହ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.