ଗଜପତି: ଲଗାତାର ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୋସାଣି ବ୍ଲକର କେରାଣ୍ଡି ପଞ୍ଚାୟତରେ ଧୋଇଗଲା ରାସ୍ତା। ଡାଲିମ୍ବପୁର, ଅମରା ,ରାଟିଣି, ଯିବା ମୁଖ୍ୟରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ତିନି ଗ୍ରାମକୁ ଯିବାପାଇଁ କେରାଣ୍ଡି ନାଳ ଉପରେ ଠିକାଦାର ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲେ । ହେଲେ ଗତ ୩ ଦିନ ଧରି ଗଜପତି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତାଟି ଆଜି ଅପରାହ୍ନା ୪ଟା ବେଳେ ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇଯାଇଛି ।
wp:heading {"level":4}ଅଧିକ ପଢନ୍ତୁ- NHରେ ୧୦ ଫୁଟ୍ ତଳକୁ ଦବିଲା ବ୍ରିଜ୍, ବାଲେଶ୍ୱର-ଭୁବନେଶ୍ୱର ଯାତାୟତ ବାଧାପ୍ରାପ୍ତ
/wp:headingରାସ୍ତା ଧୋଇଯିବା ଫଳରେ ଅମରା, ଡାଲିମ୍ବପୁର , ରାଟିଣି ୩ ଖଣ୍ଡ ଗାଁର ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି । କୋଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଲୋକେ ପାରଳାଖେମୁଣ୍ଡି ସହ ଯୋଗାଯୋଗ କରିବା ମୁସ୍କିଲ ହୋଇପଡିଛି । ଯାହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଲୋକେ ଚିନ୍ତାରେ । ବର୍ତ୍ତମାନ ଯାଏ ପ୍ରଶାସନ ପକ୍ଷରୁ କୋଣସି ଅଧିକାରୀ ଘଟଣା ସ୍ଥଳେ ପହଞ୍ଚି ନାହାନ୍ତି ।
{"id":818899,"sizeSlug":"full","linkDestination":"none"}ତେବେ ଲୋକଙ୍କ ଜୀବନ ଜୀବିକା ଠାରୁ ଆରମ୍ଭ କରି ଦୈନନ୍ଦିନ ସମସ୍ତ କାମ ପାଇଁ ନିର୍ଭର କରନ୍ତି ଏହି ରାସ୍ତା ଉପରେ । ତେବେ ବର୍ତ୍ତମାନ ପାରଳାଖେମୁଣ୍ଡି ସହ ଯୋଗାଯୋଗ କରିବାକୁ ହେଲେ ଆନ୍ଧ୍ର ପଟରୁ ୧୪ କିଲୋମିଟର ବୁଲି ଆସିଲେ ପାରଳାଖେମୁଣ୍ଡିରେ ପହଞ୍ଚି ପାରିବେ । ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି ।
wp:heading {"level":4}