ଯାଜପୁର ୨୧।୧୧: ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ୧୦ ଗିରଫ । ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ । ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ ହେବେ ୧୦ ଅଭିଯୁକ୍ତ । ବୁଧବାର ଯାଜପୁର ବରୁଆଁ ଠାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଥିଲା ।
ସେପଟେ ଏହି ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି ବୋଲି ହିମାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି । ରାଜ୍ୟ ସରକାର ଏ ଘଟଣାକୁ ଗୁରୁତ୍ବର ସହିତ ନେଉଛନ୍ତି । ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି । ଏହି ଘଟଣା ପରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ କେହି ଆଇନକୁ ହାତକୁ ନନେଇ ଶାନ୍ତି ବଜାୟ ରଖିବାକୁ ହିମାଂଶୁ ନିବେଦନ କରିଛନ୍ତି ।
You Can Read:
ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ : ଧାନ ବିକ୍ରି ପାଇଁ ସୁପାରି ଦେଇ ହତ୍ୟା