ଭଦ୍ରକ ୨୧।୧୧: ଭଦ୍ରକ ଜିଲ୍ଲାରେ ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣା ପର୍ଦ୍ଦାଫାଶ । ଗତ ୧୩ ତାରିଖ ଦିନ ଭଦ୍ରକ ଜିଲ୍ଲା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତ ହତ୍ୟା ଘଟଣାରୁ ପରଦା ଉଠାଇଛି ପୋଲିସ । ଧାନ ବିକ୍ରି ପାଇଁ ସୁପାରୀ ଦେଇ ହତ୍ୟା କରାଯାଇଛି ।
ପୂର୍ବାଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ ଓ ଭଦ୍ରକ ଏସ୍ପି ମାଡକର ସନ୍ଦୀପ ସମ୍ପତଙ୍କ ସୂଚନା ଅନୁଯାୟୀ, ୭ ଦିନରେ ସଫଳତା ମିଳିଲା । ସେ ୧୨ ରାତିରେ ଫେରିବା ବେଳେ ବାଇକ୍ରୁ ସରୋଜ ନାମକ ଯୁବକ ଅଟକାଇଥିଲେ, ଅନ୍ୟ ତିନି ଜଣ ମଦ ପିଇବା ପରେ ଖାସି କଟା ଭୁଜାଲିରେ ପଛରୁ ହାଣିଥିଲେ । ମଦ୍ୟପାନ କାହା ସହ କରିଥିଲେ ତାକୁ ତଦନ୍ତ କରାଗଲା । ପ୍ରଥମେ ୩ ଜଣଙ୍କୁ ଧରିଥିଲୁ ଓ ମୁଖ୍ୟ ମାଷ୍ଟର ମାଇଣ୍ଡ ଧୁମାକୁ ଧରିଥିଲୁ । ମୃତକଙ୍କ ଭଙ୍ଗା ମୋବାଇଲ, ବାଇକ୍ ଓ ଜୋତା ଜବତ ହୋଇଛି । ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ମାଷ୍ଟର ମାଇଣ୍ଡର ଧାନ ବେପାର ଥିଲା, ମୃତକ ସେବା ସମବାୟ ସମିତିର ସଭାପତି ଥିବାରୁ ତାଙ୍କ ସହ ଶତ୍ରୁତା ଥିଲା । ମୁଖ୍ୟ ଅଭିଯୁକ୍ତ ୪୦ ହଜାର ଟଙ୍କା ହତ୍ୟା ପାଇଁ ଦେଇଥିଲେ ଓ ସମୁଦାୟ ୨ ଲକ୍ଷ ୫୦ ହଜାର ଟଙ୍କାରେ ଡିଲ୍ ହୋଇଥିଲା । ସୁପାରି ନେଇଥିବା ଯୁବକ ବାଦଲ ସାମଲ, ସରୋଜ ସାହୁ ଓ ପ୍ରଶାନ୍ତ ରାଉତ ଚିତ୍ତ ଘରକୁ ଫେରିବା ବେଳେ ସାଙ୍ଗରେ ଡାକି ମଦ ପିଇଥିଲେ । ପରେ ତାଙ୍କୁ ପଛ ଆଡୁ ହାଣି ହତ୍ୟା କରିଥିଲେ । ତେବେ ହତ୍ୟାକାରୀ ମାନେ ମାଷ୍ଟର ମାଇଣ୍ଡ ବିଦ୍ୟୁତ ସାହୁର ନିର୍ଦ୍ଦେଶରେ ହତ୍ୟା କରିଥିବା ପୋଲିସ କହିଛି ।
You Can Read:
ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍କୁ ଅନୁମୋଦନ, ୨୬ରେ ବିଧାନସଭା